ଲୋକ ସମ୍ପର୍କ ଉପନିର୍ଦେଶକ କେନ୍ଦ୍ରାଞ୍ଚଳ ଉପନିର୍ଦେଶକ ହେଲେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟୀତ୍ୱରେ ଥିବା ଉପନିର୍ଦେଶକ ହେମନ୍ତ କୁମାର ନାୟକ ଏଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିବା ସହିତ କଟକସ୍ଥିତ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକ ଭାବେ ଦାୟୀତ୍ୱ ତୁଲାଇବେ । ବୁଧବାର ପୂର୍ବାହ୍ନରେ ଶ୍ରୀ ନାୟକ କଟକରେ ଉପନିର୍ଦେଶକ ଭାବେ ଯୋଗଦେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସଚିବଙ୍କ ସହ ସୈାଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ନାୟକ ଦୀର୍ଘ ୨୮ବର୍ଷରୁ ଉର୍ଦ୍ଧ୍ୱ ସମୟ ଓଡିଶା ସୂଚନା ସେବା ରାଜ୍ୟ ସଦର ମହକୁମା ସହିତ କଟକ, ମୟୁରଭଞ୍ଜ, ବୈାଦ୍ଧ, ଢେଙ୍କାନାଳ, ସମ୍ବଲପୁର, ଜୟଦେବ ଭବନ, ଶିଳ୍ପ ନିର୍ଦେଶାଳୟର ପ୍ରଚାର ଅଧିକାରୀ, କଟକ-ଭୁବନେଶ୍ୱର ପୋଲିସ କମିଶନରଙ୍କ ଲୋକ ସମ୍ପର୍କ ଅଧିକାରୀ, ପ୍ରଦର୍ଶନ ଅଧିକାରୀ ପ୍ରଭୃତି ପଦବୀ ଗୁଡିକରେ ଦକ୍ଷତାର ସହିତ କାର୍ଯ୍ୟ କରି ସୁଖ୍ୟାତି ଅର୍ଜ୍ଜନ କରିଛନ୍ତି । ଶ୍ରୀ ନାୟକ କଟକରେ ଯୋଗଦାନ କରି କେନ୍ଦ୍ରାପଡା କାର୍ଯ୍ୟାଳୟରେ ପହଞ୍ଚିବା ପରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ, ବରିଷ୍ଠ ରାଜସ୍ୱ ସହାୟକ ପ୍ରଦିପ କୁମାର ଦାଶ, କନିଷ୍ଠ ରାଜସ୍ୱ ସହାୟିକା ଜୟଶ୍ରୀ ସାହୁ, ନିକ୍ଷେପକ ମଧୁସୁଦନ ମଲିକ, ତପନ କୁମାର ପରିଡା, ରଞ୍ଜନ କୁମାର ବେହେରା, ବୀର ମାଝି ପ୍ରମୁଖ ତାଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ ।