ଲୋନ ଅଫିସର ଙ୍କ ଦ୍ଵାରା ଋଣ ଅସୁଲି ଟଙ୍କା ହଡ଼ପ ଥାନାରେ ଏତଲା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଟାଟା କେପିଟାଲ ଲିମିଟେଡ ନାମକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା ରେ ଲୋନ ଅଫିସର ଭାବେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲା କୋଦଳା ଥାନା ଚନ୍ଦନପୁର ଗ୍ରାମର ଜିତେନ୍ଦ୍ର କୁମାର ଡାକୁଆ କମ୍ପାନୀ ର ୮ ଜଣ ଗ୍ରାହକ ଙ୍କ ଠାରୁ ୧ ଲକ୍ଷ ୨୧ ହଜାର ଟଙ୍କା ଆଦାୟ କରି ହଡ଼ପ କରିଥିବା ଅଭିଯୋଗ ହୋଇଛି।ଏନେଇ କମ୍ପାନୀର ଆଞ୍ଚଳିକ ପରିଚାଳକ ସରୋଜ କୁମାର ସାହୁ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୮୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଗତ ୨୦୨୩ ଫେବୃଆରୀ ୧୩ ତାରିଖ ଠାରୁ କମ୍ପାନୀ ର ଲୋନ ଅଫିସର ଭାବେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ବିଭିନ୍ନ ସମୟରେ ଋଣ ଗ୍ରହୀତା ଙ୍କ ଠାରୁ ଟଙ୍କା ଆଦାୟ କରି ହଡ଼ପ କରିଥିବା ନେଇ ଏତଲାରେ ଉଲ୍ଲେଖ ରହିଛି। ଏସ.ସସ୍ମିତା ରେଡ୍ଡୀ ନାମ୍ନୀ ଜଣେ ଋଣ ଗ୍ରହୀତା ତାଙ୍କ ସମସ୍ତ ଋଣ ଓ ସୁଧ ବାବଦକୁ ଟଙ୍କା ପରିଶୋଧ କରିଥିବା ଦର୍ଶାଇ ପୁଣି ଥରେ ଋଣ ପାଇଁ ଉକ୍ତ ଫାଇନାନ୍ସ କମ୍ପାନୀ ର ଦିଗପହଣ୍ଡି ଶାଖା ରେ ଆବେଦନ କରିଥିଲେ।ଶାଖା ପରିଚାଳକ ସସ୍ମିତା ଙ୍କ ଋଣ ରେଜିଷ୍ଟ୍ରାର ତନଖି କରିବା ପରେ ସେ ପୂର୍ବ ଋଣ ବାବଦକୁ ୧୩୧୦୦ ଟଙ୍କା ପରିଶୋଧ କରିନଥିବା ଜଣାପଡିଥିଲା। ତାଙ୍କୁ ଏନେଇ ଅବଗତ କରାଯିବା ପରେ କମ୍ପାନୀ ର ଲୋନ ଅଫିସର ଜିତେନ୍ଦ୍ର ଙ୍କ ବ୍ୟାଙ୍କ ଜମା ଖାତା କୁ ଫୋନ ପେ ମାଧ୍ୟମରେ ସେ ୧୩୧୩୦ ଟଙ୍କା ପୈଠ କରିଥିବା ନେଇ ଶାଖା ପରିଚାଳକ ମଳୟ କୁମାର ସାହୁ ଙ୍କୁ ଜଣାଇବା ପରେ ଘଟଣା ସାମ୍ନା କୁ ଆସିଥିଲା।ପରେ କମ୍ପାନୀ ପକ୍ଷରୁ ଏନେଇ ଖୋଳତାଡ଼ କରାଯିବା ପରେ ସେ ସମୁଦାୟ ୮ ଜଣ ଋଣ ଗ୍ରହୀତା ଙ୍କ ଠାରୁ ଟଙ୍କା ଆଦାୟ କରି ହଡ଼ପ କରିଥିବା କମ୍ପାନୀର ଆଞ୍ଚଳିକ ପରିଚାଳକ ପୋଲିସ କୁ କହିଛନ୍ତି।