ଲୋପ ପାଉଛି ନିରପେକ୍ଷ ସାମ୍ବାଦିକତା !

ଭୁବନେଶ୍ୱର,(ୱାଇଏନ୍ଏସ୍): ପ୍ରଥମେ ଖୋର୍ଦ୍ଧା ପରେ ଗଞ୍ଜାମ, ଦୁଇ ଦିନରେ ୬ ଜଣ ୱେବ ସାମ୍ବାଦିକ ଓ ଦୁଇ ଜଣ ବୈଦୁତିକ ସାମ୍ବାଦିକ ଓ ଜଣେ ଛାପା ସାମ୍ବାଦିକଙ୍କ ନାମରେ ପୋଲିସରେ ଏଫଆଇଆର ଦିଆଯାଇଛି | ତେବେ ଭୁବନେଶ୍ୱରରେ ୫ ଜଣ ସାମ୍ବାଦିକ ବଟି ମାଗି ଗିରଫ ହୋଇଥିବା ବେଳେ ଜଣେ ଗାଡି ଡ୍ରାଇଭର ମଧ୍ୟ ସେଥିରେ ସାମିଲ ଥିବା ଜଣ ପଡିଛି | ସେହିଭଳି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଶିକ୍ଷାଧିକାରୀଙ୍କ ଠାରୁ ବଟି ମାଗି ୩ ସାମ୍ବାଦିକ ଗିରଫ ହୋଇଛନ୍ତି | ତେବେ ଏଠାରେ ପ୍ରଶ୍ନ ଉଠୁଛି ସାମ୍ବାଦିକ ମାନେ ସମ୍ବାଦ ପରିବେଷଣ ଛାଡି ପଇସା ପଛରେ କାହିଁକି ଗୋଡ଼ାଉଛନ୍ତି ? ବର୍ତ୍ତମାନ ବୋହୁ ୱେବ ଚ୍ୟାନେଲ ଗଢି ଉଠିଥିବା ବେଳେ ପ୍ରାୟ କୌଣସି ଚ୍ୟାନେଲର ରେଜିଷ୍ଟେସନ ନାହିଁ | ତଥାପି ସେମାନଙ୍କ ପ୍ରତି ସରକାରଙ୍କ କୌଣସି କଟକଣା ନାହିଁ,ସାରା ଓଡ଼ିଶାରେ ସାଧାରଣତଃ ୯୦ ପ୍ରତିସଦ ସାମ୍ବାଦିକ ସାମ୍ବାଦିକତା ପାଠ ପଢିନଥିବା ବେଳେ ୱେବ ଚ୍ୟାନେଲ ସାମ୍ବାଦିକ ମାନେ ନିଜ ନିଜ ସମ୍ବାଦ ପରିବେଶଣ ଶୈଳୀକୁ ଭୁଲି ମନଇଚ୍ଛା ସମ୍ବାଦ ପରିବେଶଣ କରିବା ପାଇଁ ପଛାଉ ନାହାନ୍ତି | ତେବେ ସାଧାରଣତଃ ବୈଦୁତିକ, ଛାପା ସାମ୍ବାଦିକ ମାନଙ୍କର ବୋହୁ ଗୁରୁତ୍ୱ ରହୁଥିବା ହେତୁ ସେମାନଙ୍କୁ ସବୁଠି ଆଦର ମିଳିଥାଏ | କିନ୍ତୁ ଆଜି କାଲି ସବୁ ଗୋଟିଏ ରାସ୍ତାକୁ ବାଛି ନେଇଛନ୍ତି | ସମ୍ପ୍ରତି ସହରରେ ଦେଖିବାକୁ ମିଳିଛି ପ୍ରାୟ ସମସ୍ତ ଗାଡ଼ିରେ ପ୍ରେସ ଲେଖା ଯାଇଥାଏ | କିନ୍ତୁ ଓଡ଼ିଆରେ ପଦେ ଲେଖି ପାରୁନଥିବା ଲୋକମାନେ ମଧ୍ୟ ଆଜି ନିଜକୁ ଜଣେ ବଡ ସାମ୍ବାଦିକର ଆଖ୍ୟା ଦେଉଛନ୍ତି | ସାମ୍ବାଦିକ ପାଠ ପଢି ପିଲାମାନେ ବେକାର ଥିବା ବେଳେ କିଛି ଅଶିକ୍ଷିତ ଲୋକ ନିଜକୁ ସାମ୍ବାଦିକ କହି ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି | ପ୍ରଧାନ ମନ୍ତ୍ରୀଙ୍କ ଡିଜିଟାଲ ଭାରତ ଆରମ୍ଭ ହେବା ପରେ ବର୍ତ୍ତମାନ ବୋହୁ ୱେବ ମିଡ଼ିଆ ଗଢି ଉଠିଛି | ଏହି ୱେବ ମିଡ଼ିଆରେ କିଏ ନିଜକୁ ଅନ୍ୟଠାରୁ ବଞ୍ଚାଇବା ପାଇଁ ତ କିଏ ଅନ୍ୟକୁ ଆକ୍ଷେପ କରିବା ପାଇଁ ୟୁଟ୍ୟୁବରେ ଗୋଟିଏ ଲେଖାଏ ଚ୍ୟାନଲ କରି ସାମ୍ବାଦିକତା କୁ ଏକ ବ୍ୟବସାୟ କରି ସାରିଲେଣି | ତେଣୁ ସରକାରଙ୍କୁ ଅନୁରୋଧ, ରେଜିଷ୍ଟେସନ ଓ ନିର୍ଭିକ ସାମ୍ବାଦିକ ମାନଙ୍କୁ ହିଁ ଅଧିକାର ମିଳୁ  ଏବଂ ସାମ୍ବାଦିକତାକୁ ବ୍ୟବସାୟ ରୂପେ ନେଉଥିବା ଲୋକଙ୍କୁ ତୁରନ୍ତ ରୋକାଯାଉ, କାହିଁକିନା ଆଗକୁ ଏଭଳି ଚାଲିଲେ ସାଧାରଣ ଲୋକଙ୍କ ମନରୁ ସାମ୍ବାଦିକ ପ୍ରତି ଭରସା ତୁଟିଯିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ