ଲୋମଟାଙ୍କୁରା ଘଟଣା : ଜାହାଜରେ ଏକକାଳୀନ ୪୫୦୦ ଲୋକଙ୍କ ହୋଇଥିଲା ମୃତ୍ୟୁ
ପ୍ରତିଦିନ ରାସ୍ତାରେ ଗାଡ଼ିମୋଟର ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିବା ଜାଣିଛନ୍ତି । କିନ୍ତୁ ଜାହାଜରେ ଯାଉଥିବା ସମୟରେ ଏକକାଳୀନ ହଜାର ହଜାର ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା କେବେ ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏପରି ଲୋମଟାଙ୍କୁରା ଘଟଣା ଘଟିଥିଲା ୧୯୪୭ ମସିହା ଜୁନ୍ ମାସରେ । ମଲ୍କାରୁ”ଏକ୍ସ ଡକ୍ସ’ ନାମକ ଏକ ଜାହାଜ ବାଣିଜ୍ୟ କାରବାର ନିମନ୍ତେ ୪୫୦୦ ଲୋକଙ୍କୁ ନେଇ ଯାଉଥିବା ସମୟରେ ଏକ ଅଘଟଣ ଘଟିଥିଲା । କୌଣସି କାରଣରୁ ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ନିକଟରେ ଥିବା ଅନ୍ୟ ଏକ ବାଣିଜ୍ୟିକ ଜାହାଜ “ଦି ସିଲବଲ୍ ଷ୍ଟାର’ ସିଗ୍ନାଲ ଯୋଗେ ଜାଣିବାକୁ ପାଇଥିଲା । ସଙ୍ଗେ ସଙ୍ଗେ ଏହାର କର୍ମଚାରୀମାନେ ଅଘଟଣ ଘଟିଥିବା ଜାହାଜ ଭିତରକୁ ଯାଇ ମୃତଦେହଗୁଡ଼ିକ ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ । ମଣିଷ ତ ମଣିଷ ଏଥିରେ ଥିବା କୁକୁରଗୁଡ଼ିକ ମଧ୍ୟ ମରିପଡ଼ିଥିଲେ । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ମୃତଦେହଗୁଡ଼ିକରେ କୌଣସି କ୍ଷତଚିହ୍ନ ନ ଥିଲା । ବଏଲର ରୁମ୍ର ତାପମାତ୍ରା ୧୧୦ ଡିଗ୍ରୀ ଥିବା ସତ୍ତେ୍ୱ କର୍ମଚାରୀମାନଙ୍କୁ ଥଣ୍ଡା ଲାଗିଥିଲା । କିଛି ଲୋକ ପ୍ରାକୃତିକ ଗ୍ୟାସ୍ ଲିକ୍ ଯୋଗୁ ମୃତ୍ୟୁ ଘଟିଥିବା କହୁଥିବାବେଳେ ଆଉ କିଛି ଏହାକୁ ଭୌତିକ କାଣ୍ଡ ବୋଲି କହିଛନ୍ତି । ସେ ଯାହା ବି ହେଉନା କାହିଁକି ଆଜି ପର୍ଯ୍ୟନ୍ତ ଏହି ଘଟଣା କେମିତି ଏବଂ କାହିଁକି ଘଟିଲା ଏ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନାହିଁ ।


