ଲୋହରାଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା “କବିତାର କୋଣାର୍କ” ଉନ୍ମୋଚିତ

ଭଞ୍ଜନଗର, (ସନ୍ତୋଷ ଜେନା): କୁଲାଡ଼ସ୍ଥିତ କଲ୍ୟାଣମଣ୍ଡପଠାରେ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି କୃତିବାସ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସମ୍ପାଦିକା ଡ. ଶୁଭଶ୍ରୀ ଲେଙ୍କା, ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ଏହି ଅବସରରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶିତ ତଥା ଖଦାଳ ନାୟକଙ୍କ ଦ୍ୱାରା ରଚିତ କବିତା ପୁସ୍ତକ “କବିତାର କୋଣାର୍କ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପ୍ରକାଶଥାଉକି ସମକାଳୀନ ସାହିତ୍ୟର ପରିଚିତ ସ୍ରଷ୍ଟାମାନଙ୍କ ମଧ୍ୟରେ ଖଦାଳ ନାୟକ ଅନ୍ୟତମ । ଶିଶୁମାନଙ୍କ ମନକୁ ଛୁଇଁଲା ଭଳି କବିତା ଓ ଗଳ୍ପ ଲେଖି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅଦ୍ୟାବଧି ଶ୍ରୀ ନାୟକଙ୍କ ୯ଗୋଟି ପୁସ୍ତକ ପ୍ରକାଶିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ