ଲୋୟର ପିଏମ୍‌ଜିରେ ୨୦ ହଜାର ଶିକ୍ଷକଙ୍କ ଗର୍ଜନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡ଼ର) ମହାସଂଘ ୮ ଦଫା ଦାବି ନେଇ ମଙ୍ଗଳବାର ଦିନ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ୨୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲିରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରକାଶଥାଉକି ଇଜିଏସ୍ ଯୋଜନା ବନ୍ଦ ହେବା ପରେ ଛଟେଇ ଶିକ୍ଷା ସ୍ୱେଚ୍ଛାସେବୀ ମାନଙ୍କୁ ରାଜ୍ୟ ସରକାର ୨୦୦୮ ମସିହାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଗଣଶିକ୍ଷକ ଭାବେ ନିୟୋଜିତ କଲେ । ପରବର୍ତ୍ତୀ ସମୟରେ ଗଣଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ନଂ-୧୪୪୬୭ ତା ୨୫.୦୭.୨୦୧୬ ଓ ବିଜ୍ଞପ୍ତି ନଂ-୨୫୨୯୦ ତା ୨୨.୧୨.୨୦୧୬ରେ ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ । ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଯେଉଁମାନେ ୮ ବର୍ଷ ପୂରଣ କରିଥିଲେ, ସେମାନେ ତା ୦୧.୦୩.୨୦୧୭ରୁ ନିୟମିତ ଶିକ୍ଷକ ହେଲେ । କିନ୍ତୁ ବିିଭିନ୍ନ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦୦୦ ଗଣଶିକ୍ଷକ ନିୟମିତ ହେବାରୁ ବାଦ୍ ପଡ଼ିଛନ୍ତି । ଗଣଶିକ୍ଷକ ନିୟୋଜିତ ବର୍ଷ ୨୦୦୮ରୁ ୮ ବର୍ଷ ଅବଧି ଗଣନା କରାଯାଇ ଥିବାରୁ ୨୦୧୨ ମସିହାରୁ ଓଡ଼ିଶାରେ ଲାଗୁ କରାଯାଇଥିବା ଓଟିଇଟି ସେମାନଙ୍କ ପାଇଁ ଆବଶ୍ୟକ ନାହିଁ ବୋଲି ରାଲିର ନେତୃତ୍ୱ ନେଉଥିବା ଶିକ୍ଷକନେତାମାନେ ପ୍ରକାଶ କରିଛନ୍ତି । ଏଣୁ ଓଟିଇଟି ଉଚ୍ଛେଦ କରି ଯୋଗ୍ୟ ଗଣଶିକ୍ଷକମାନଙ୍କୁ ତା ୦୧.୦୩.୨୦୧୭ରୁ ନିୟମିତ କରି ଅବଶିଷ୍ଟ ଗଣଶିକ୍ଷକମାନଙ୍କ ଦରମା ବୃଦ୍ଧି କରିବାକୁ ଦାବି କରିଛନ୍ତି । ଦୁଃଖ ଓ ପରିତାପର ବିଷୟ, ସରକାର ନିୟମିତ ଶିକ୍ଷକମାନଙ୍କୁ ସମଗ୍ର ଶିକ୍ଷା ଅଧିନରେ ଡ଼େପୁଟେସନ କରାଇ ଏକ୍ସ-କ୍ୟାଡ଼ର ଲଗାଇବା ଫଳରେ ଅନେକ ସମସ୍ୟା ସୃଷ୍ଟି ହେଉଛି ।ଏଣୁ ଡେପୁଟେସନ ବାତିଲ କରି ଏକ୍ସ-କ୍ୟାଡ଼ର ବ୍ୟବସ୍ଥା ଉଚ୍ଛେଦ ସହ ତା ୦୧.୦୩.୨୦୧୭ରୁ କ୍ୟାଡ଼ରଭୁକ୍ତ କରିବାକୁ ମହାସଂଘ ସଭାପତି ଦୃଢ ଦାବି କରିଛନ୍ତି । ଏଥିସହ ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରିବା, ପୁରୁଣା ପେନସନ ବ୍ୟବସ୍ଥା (ଓପିଏସ୍‌) ଲାଗୁ କରିବା, ମୃତ ଗଣଶିକ୍ଷକମାନଙ୍କୁ ଏକ୍ସ-ଗ୍ରାସିଆ ପ୍ରଦାନ କରିବା, ଏକ୍ସ-କ୍ୟାଡ଼ର ଶିକ୍ଷକମାନେ ଏଲିମେଣ୍ଟାରୀ କ୍ୟାଡ଼ର ଲେବୁଲ-୫ ଭଳି ସମସ୍ତ ସୁବିଧା ସୁଯୋଗ ପାଇବାର ବ୍ୟବସ୍ଥା ଥିଲେ ମଧ୍ୟ ଏକ୍ସ-କ୍ୟାଡ଼ର ଶିକ୍ଷକ ପାଇପାରୁ ନାହାଁନ୍ତି । ଏଥିପାଇଁ ଜିଲ୍ଲା ଓ ବ୍ଲକସ୍ତରରେ ଅଧିକାରୀ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶନାମା ପ୍ରେରଣ କରିବା ପ୍ରମୁଖ ଦାବିଗୁଡ଼ିକ ପୂରଣ କରିବା ପାଇଁ ସରକାରଙ୍କ ଠାରେ ଦାବି ରଖିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମାଧାନ ନ କରିବା ପର୍ଯ୍ୟନ୍ତ ବିକ୍ଷୋଭରୁ ଓହରିବୁ ନାହିଁ ବୋଲି ରାଜ୍ୟ ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ ପ୍ରକାଶ କରିଛନ୍ତି । ଏକ୍ସ-କ୍ୟାଡ଼ର ଶିକ୍ଷକଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ହଜାର ହଜାର ଶିକ୍ଷକ ରାଜରାସ୍ତାରେ ପଡ଼ି ରହିବେ । ଏଥିପାଇଁ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସରକାର ଦାୟୀ ରହିବେ ବୋଲି କାର୍ଯ୍ୟକାରୀ ସଭାପତତି ଜୟନ୍ତୀଲାଲ ସାହୁ କହିଛନ୍ତି । ମହାସଚିବ ହାନେସ ପାତ୍ର ବାଗ, କାର୍ଯ୍ୟକାରୀ ସଭାପତି ଅଲେଖ ସାହୁ, କୋଷାଧ୍ୟକ୍ଷ ବିଜୟ ମିଶ୍ର, ଉପସଭାପତି ବିଶ୍ୱରଞ୍ଜନ ଦାଶ, ରାଜୀବ ଲୋଚନ ପ୍ରଧାନ, ସୁରେନ୍ଦ୍ର ମଲ୍ଲିକ, ରାଜକିଶୋର ପ୍ରଧାନ, ସପ୍ତମ କିଶୋର ବେହେରା, ମିନତୀ ମିଶ୍ର, ମୁଖ୍ୟ ସାଂଗଠନିକ ସମ୍ପାଦକ ଗଙ୍ଗା ନାରାୟଣ ପାଢୀ, ସୁଦର୍ଶନ ବରାଳ, ରାଜକିଶୋର ବାରିକ, ପ୍ରମୋଦ ବେହେରା, ଅଭିମନ୍ୟୁ ସାହୁ, ଉମେଶ ସ୍ୱାଇଁ, ଆଲୋକ ରାୟ, ସୁବ୍ରତ ଦଣ୍ଡସେନା, ମନୋଜ ଦୋରା, ଛବିଲତା ବାରିକ, ମାନସ ସାହୁ, ଅମୁଲ୍ୟ ପାତ୍ର, ଅନ୍ତର୍ଯ୍ୟାମୀ ନାୟକ, ରାଜକିଶୋର ପ୍ରଧାନ, ସୁଜିତ ପାଢୀ, ଅନ୍ତର୍ଯ୍ୟାମୀ ଦୋରା, ମନୋଜ ଦୋରା, ଦୀପକ ପୁରୋହିତ, ମନୋରଞ୍ଜନ ମହାନ୍ତି, ବୀରବିକ୍ରମ ପ୍ରଧାନ, ଗୋପାଳ ଦୋରା, ସନ୍ତୋଷ ଦାସ, ସୁରେଶ ପଣ୍ଡା, କେଶବ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ପ୍ରକାଶ ଡ଼ାଙ୍ଗ, ରାଜକିଶୋର ପଶାୟତ, ଜ୍ଞାନେନ୍ଦ୍ର ପ୍ରଧାନ, ଗଗନ ପାତ୍ର, ଡ଼ମ୍ବରୁ ମହନ୍ତ, ଭରତ ମହନ୍ତ, ଅରୁଣ ଯୋଶୀ, ରମେଶ ଦଣ୍ଡସେନା, ଜିତେନ ପାଣି, କିଶୋର ମିଶ୍ର, ବିଷ୍ଣୁ ଚରଣ ପଣ୍ଡା, ନିଶାମଣି ପ୍ରଧାନ, ଲବକୁମାର ସାହୁ, ମନୋଜ ମହାପାତ୍ର, ଉମେଶ ଭୋଇ, ସଞ୍ଜୀବ ମିଶ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ରଞ୍ଜୁ ଅମାତ ଓ ପୂର୍ଣ୍ଣ ସାହୁ ପ୍ରମୁଖ ରାଲିର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ