ଲୋୟଲା ସ୍କୁଲ ଟାଇଁସର ତୃତୀୟ ବାର୍ଷିକ ଉତ୍ସବ
କୁଚିଣ୍ଡା,(ରିଙ୍କୁ କୁସୁମ): କୁଚିଣ୍ଡା ବ୍ଲକ କୁସୁମୀ ନିକଟସ୍ଥ ଟାଇଁସର ଠାରେ ରହିଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ତୃତୀୟ ବାର୍ଷିକ ଉତ୍ସବ ୧୫ ତାରିଖ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଶିକ୍ଷୟତ୍ରୀ ପ୍ରିୟଙ୍କା ଓ ଜ୍ୟୋସ୍ନା ଙ୍କ ଅପରିଚାଳିତ ବାର୍ଷିକ ଉତ୍ସବ ରେ ବାରିପଦା ଲୋୟାଲା ସ୍କୁଲର ନିର୍ଦେଶକ ଶୁଶିଲ ସୁମନ କେରକେଟା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ଜାଲି ଏହାକୁ ଉଦଘାଟନ କରିଥିଲେ।ସେ ବିଦ୍ୟାଳୟ ପରିବେଷ ଛାତ୍ର ଛାତ୍ରୀ ଙ୍କ ଟେଲେଣ୍ଟ କୁ ପ୍ରଶଂସା କରି ବିଦ୍ୟାଳୟ ଟି ଅଳ୍ପ ଦିନ ହୋଇଥିଲେ ମଧ୍ୟ ଏହା ବହୁତ ଆଗକୁ ବଢିଚାଲିଥିବା ପ୍ରକାଶ କରିଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷ ଫାଦର ସାଭରି ଏସ ଜେ ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟ ର ଅଭିଭାବକ ମାନଙ୍କ ସହଯୋଗ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କ ପ୍ରଦର୍ଶନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଣ୍ଟୋନୀ ନସିମ,ଫାଦର ଅନିଲ, ଇଗନାତୁସ ଡୁଙ୍ଗ ଡୁଙ୍ଗ, ସନ୍ତୋଷ ମିଞ୍ଜ, ସମ୍ମାନିତ ଅତିଥି ଭାବରେ କାର୍ଯ୍ୟାକ୍ରମରେ ଉପସ୍ଥିତ ରହି କୃତ୍ତି ଛାତ୍ର ଛାତ୍ରୀ ଉଦବୋଧନ ଦେବା ସହିତ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ। ଶିକ୍ଷୟତ୍ରୀ ଜ୍ୟୋସ୍ନା ଖେସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଂଗିତ ପ୍ରେମ କି ମୁରତ ଆରମ୍ଭ କରି ଜାତୀୟ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ କୁ ଉଦଯାପନ କରିଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ରୋସନି ଏକ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।