ଲୋ-ବ୍ଲଡପ୍ରେସରଠାରୁ ରଖେ ଦୂରେଇ ଏସବୁ ଘରୋଇ ଉପାୟ
ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଲୋ-ବ୍ଲଡପ୍ରେସର୍ ହୋଇଥାଏ । ବସିବା ଜାଗାରୁ ଉଠି ପଡ଼ିଲେ ହଠାତ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ ବୁଲାଇବା ଆଦି ଲୋ-ବ୍ଲଡପ୍ରେସରର ଲକ୍ଷଣ । ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଏହାର ଅନେକ ଘରୋଇ ଉପ·ର ସମ୍ପର୍କରେ ପରାମର୍ଶ ଦିଆଯାଇଛି । ଅଧିକ ପାଣି ପିଇବା, ଅଳ୍ପ ଲୁଣ ସହିତ ·ମଚେ ଚିନିକୁ ଗ୍ଲାସେ ପାଣିରେ ମିଶାଇ ପିଇବା ଦ୍ୱାରା ଲୋ-ବ୍ଲଡପ୍ରେସର ଦୂର ହୋଇଥାଏ । ·ମଚେ ତୁଳସୀ ପତ୍ର ରସ ସହିତ ପାନ ପତ୍ର ରସ ଓ ଅଧ ·ମଚେ ମହୁ ମିଶାଇ ନିୟମିତ ପିଇଲେ ଏଥିରୁ ମୁକ୍ତି ମିଳିଥାଏ । ସକାଳେ ସନ୍ଧ୍ୟାରେ ୨ କୋଲା ରସୁଣ ଖାଇଲେ ଏଥିରୁ ମୁକ୍ତି ମିଳିଥାଏ । ଚଣା ଏବଂ କିସିମିସ୍ ପାଣିରେ ଭିଜାଇ ସକାଳୁ ଚୋବାଇ ଖାଇଲେ ଲୋ-ବ୍ଲଡପ୍ରେସର ଦୂର ହୋଇଥାଏ ।


