ଲୌହ ଖଣିର କାର୍ଯ୍ୟରତ ଶ୍ରମିକ ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀ ଲୌହ ଖଣି ର ଦିର୍ଘ ଦିନ ହେଲା ଘନଶ୍ୟାମ ମିଶ୍ରା ଏଣ୍ଡ ସନ୍ସର ଅବଧି ସରିଯାଇଥିଲା ।ପରେ ଟେଣ୍ଡର ଅନୁସାରେ ପୁଣି ଥରେ ସେହି କମ୍ପାନୀକୁ ଟେଣ୍ଡର ଅନୁସାରେ ମିଳିଛି କିନ୍ତୁ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ନାହିଁ ।ସେହି କମ୍ପାନୀର କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ବକେୟା ପାଉଣା ଏପର୍ଯ୍ୟନ୍ତ ପାଇ ନାହାନ୍ତି ।ଏହାକୁ ନେଇ ଗୋରୁମହିଷାଣୀ ଅଂଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାରାଂବୁରୁ ଆଦିମ ଖେରଓ୍ବାଲ ସେବା ସମିତି ତରଫରୁ ମଙ୍ଗଳବାର ଦିନ କୁଲେଇଶିଳା ପଞ୍ଚାୟତର ଭେସେରାକଚା ଗାଁରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେନୂତନ ଖଣି କାର୍ଯ୍ୟ ଆରମ୍ଭ ପୂର୍ବରୁ ଶ୍ରମିକ ମାନଙ୍କର ବକେୟା ପାଉଣା, ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ଚାକିରି, ଖଣି ଖନନ ଆରମ୍ଭରୁ ଏବଂ ପରେ ୬ମାସର ଥରେ ଜନଶୁଣାଣୀ କରିବା ପାଇଁ ଦାବି କରାଯାଇଥିଲା ।୪ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ।ଯଦି ଦାବି ୧୫ ଦିନ ମଧ୍ୟରେ ପୁରଣ ନ କରାଯାଏ ତାହାହେଲେ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହେବେ । ଅନୁଷ୍ଠାନର ସଭାପତି କଳ୍ପନା ସୋରେନ,ଡାଇରେକ୍ଟର ଆନପା ସୋରେନ, ଉପଦେଷ୍ଟା ଦୟାନିଧି ମହାକୁଡ଼ ଓ ସେବା ସମିତିର ସଦସ୍ୟ ମାନେ ଶୁକୁମତି ନାଏକ,ଶୀଙ୍ଗରାଜ ମାଝୀ,ଗୁଡୁର ମାଝୀ,ଦୀପକୁ ମୁଣ୍ଡା,କିସୁନ ହାଁସଦା, ଲକ୍ଷ୍ମଣ ନାଏକ, ଦେବବ୍ରତ ଘଣ୍ଟ୍ରା,ବୀରସିଂ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।