ଲ୍ଲାର ସମସ୍ତ ଉପଖଣ୍ଡ ରେ ଅନୁଷ୍ଠିତ ହେବ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ

ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଓରମାସ୍‌,ପଂଚାୟତରାଜ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଏକ ଛୋଟ ପ୍ରଦର୍ଶନୀ ଜିଲ୍ଲାର ୩ ଟି ଉପଖଣ୍ଡ ରେ ଅନୁଷ୍ଟିତ ହେବାକୁ ଯାଉଛି । ଏହି ପ୍ରଦର୍ଶନୀରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ,ହସ୍ତଶିଳ୍ପ କଳାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ ସହିତ ବିକ୍ରିବଟା ର ଯୋଜନା କରାଯାଇଛି । ନଭେମ୍ବର ମାସ ୨୦ ତାରିଖ ଠାରୁ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡିଆ ଠାରେ,ନଭେମ୍ବର ମାସ ୨୩ ତାରିଖ ଠାରୁ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଖେଳ ପଡିଆ ଠାରେ ଏବଂ ନଭେମ୍ବର ମାସ ୨୬ ତାରିଖ ଠାରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗର ସ୍ଥିତ ପୋଲିସ୍ ପଡିଆ ଠାରେ ଏହି ମିନି ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏହି ପ୍ରଦର୍ଶନୀ ମାନବଜାତୀୟ ଗ୍ରାମ୍ୟ ସାମଗ୍ରୀ ଗୁଡିକୁ ଜନପ୍ରିୟ କରିବା ଲକ୍ଷ ନେଇ ଅନୁଷ୍ଠିତ ହେବାକୁ ଯାଉଛି ।  ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆକର୍ଶିତ ଓ ଲୋକପ୍ରିୟ ସାମଗ୍ରୀ ଗୁଡିକ ପ୍ରଦର୍ଶନ ସହିତ ବିକ୍ରି କରାଯିବ । ଶିଳ୍ପୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହସ୍ତଶିଳ୍ପ ସାମଗ୍ରୀ , ମାଟିର ଘର କରଣା ଓ ଘର ସାଜସଜ୍ଜା ସାମଗ୍ରୀ ଦର୍ଶକ ମାନଙ୍କୁ ବେଶ୍ ଆକୃଷ୍ଟ କରିପାରିବ । ତତ୍‌ସହିତ ଦର୍ଶକ ମାନେ ମଧ୍ୟ ଏହାକୁ କିଣି ନେଇ ପାରିବେ ବୋଲି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ ଜଣାଇଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ କଳାକାର ମାନଙ୍କ ହସ୍ତନିର୍ମିତ ସାମଗ୍ରୀ ଗୁଡିକ କିଣି ସେମାନଙ୍କ ଜୀବନ ଜିବିକାକୁ ସୁଦୃଢ କରିବା ଦିଗରେ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ