ଲ୍ୟାଣ୍ଡ୍‍ମାଇନ୍‍ ବିସ୍ଫୋରଣ: ବାଇକ୍‍ ସହ ଉଡ଼ିଗଲେ ଯୁବକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପାଞ୍ଚୟତ କିଆମୁଣ୍ଡା ନିକଟରେ ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ସାଡିଙ୍ଗିଆ ପାଞ୍ଚୟତ ବାନ୍ଦାଦଣୀ ଗାଁର ଇନ୍ଦ୍ରଜିତ କହଁର। ପୁଲିସ ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଇନ୍ଦ୍ରଜିତ୍‍ ତାଙ୍କର ଅନ୍ୟଜଣେ ସମ୍ପର୍କୀୟଙ୍କ ସହ ଏକ ବାଇକରେ କଟାପଙ୍ଗାରୁ ନିଜ ଗାଁକୁ ବାଇକ୍‍ ଯୋଗେ ଫେରୁଥିଲେ। ହେଲେ ରାସ୍ତାରେ ବାଇକ୍‍ ପଞ୍ଚର ହୋଇ ଯିବାରୁ ତାଙ୍କ ସମ୍ପକୀୟଙ୍କୁ ବାଇକରୁ ଓହ୍ଲାଇ ସେ ନିଜେ ବାଇକ ରେ ରେ ଯାଉଥିବା ବେଳେ କିଆମୁଣ୍ଡା ରାସ୍ତା କଡ଼ରେ ମାଓବାଦୀମାନେ ଖଞ୍ଜି ଥିବା ଲ୍ୟାଣ୍ଡ୍‍ମାଇନ୍‍ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ମାତ୍ରା ଏତେ ଅଧିକ ଥିଲା ଯେ, ଇନ୍ଦ୍ରଜିତ୍‍ ବାଇକ୍‍ ସହ ଉଡ଼ି ଯାଇଥିଲେ। ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋରେ ଫିରିଙ୍ଗିଆ ମେଡିକାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ଚିକିତ୍ସା ଜାରି ରହିଛି। ତାଙ୍କ ଶାରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଲାଗିଛି। ଅନ୍ୟପଟେ ଏହି ଘାଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସ ଓ ସିଆର୍‍ପିଏଫ୍‍ ବାହିନୀ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପାରେସନ ଜାରି ରଖିଛନ୍ତି। ସୂଚନା ଯୋଗ୍ୟ, ଠିକ୍‍ ଏହି ଜାଗାରେ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀ ମାନେ ରାସ୍ତା କାମ କରୁଥିବା ଏକ ଠିକା ସଂସ୍ଥାର ୨ଟି ଜେସିବି ପୋଡ଼ି ଦେଇଥିଲେ। ଏହାସହ ସେ ସମୟରେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‍ ଫୁଟି ସ୍ଥାନୀୟ ଗାଁର ଜଣେ ଯୁବକ ପ୍ରାଣ ମଧ୍ୟ ହରାଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ