ଲୟର ଆସୋସିଏସନର ଆଓମା ଗୁରୁକୂଳ ପରିଦର୍ଶନ
ମାଲକାନଗିରି,(ମନୋଜ କୁମାର ସାହା):ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ଆଓମା ଗୁରୁକୂଳକୁ ଲୟର ଆସୋସିଏସନ ସଭାପତି ନୃସିଂହ ମହନ୍ତି, କାର୍ଯ୍ୟକାରୀ ସଭାପତି ଜୋସେଫ ଜେମ୍ସ, ପୂର୍ବତନ ସମ୍ପାଦକ ବିଜୁ ସରକାର, କୋଷାଧ୍ୟକ୍ଷ ରୁମ୍ପା ଦେବନାଥ, ଆଇନିଜୀବୀ ନୀଳକଣ୍ଠ ମଲ୍ଲିକ, ରବି ନାୟକ ପ୍ରମୁଖ ଗସ୍ତ କରିଥିଲେ। ପ୍ରତିଷ୍ଠାତା ବିନାଶ ମିଶ୍ର ଓ ଆଓମା ର ଅଧକ୍ଷ ରତ୍ନାକର ଦାଶ ଙ୍କ ସମେତ ସମସ୍ତ ଅନ୍ତେବାସୀ ଉପସ୍ଥିତ ଥିଲେ। ଗସ୍ତ ସମୟରେ ବିନାଶ ମିଶ୍ର କୁନିକୁନି ଅନାଥ ପିଲାଙ୍କୁ ରଖି ଯେଉଁ ବାପା ମା ର ସ୍ନେହ ଦେଇ ଶିକ୍ଷା, ଖେଳକୁଦ ନାଚ ପ୍ରଶିକ୍ଷଣ ଦେଉଛନ୍ତି ତାହା ସ୍ୱାଗତ ଯୋଗ୍ୟ।ଲୟର ଆସୋସିଏସନ ର ଯେଉଁ ସଦସ୍ୟ ମାନେ ଯାଇଥିଲେ ତାଙ୍କର ରହିବା ଖାଇବା ସବୁ ଅତି ସୁନ୍ଦର ଯତ୍ନ ନେଉଥିବା ଦେଖିଥିଲେ।ଛାତ୍ର ଛାତ୍ରୀ ଙ୍କ ସହ ବହୁତ ସମୟ କଟାଇଥିଲେ।ଏତେ ସୁନ୍ଦର ଚିନ୍ତାଧାରା ଥିବା ଅନୁଷ୍ଠାନ କୁ ଏବଂ ଛାତ୍ର ଛାତ୍ରୀଙ୍କୁ ସହୃଦୟ ବ୍ୟକ୍ତି ବିଶେଷ ଙ୍କ ସହଯୋଗ ଦରକାର ଅଛି ବୋଲି ସଭାପତି ନୁସିଂହ ମହାନ୍ତି କହିଛନ୍ତି।ପରେ ସଙ୍ଘ ତରଫରୁ ଅନ୍ତେବାସୀ ଙ୍କୁ ବ୍ୟାଗ, ବେଡ ସିଟ୍ ଓ କମ୍ବଳ ବଣ୍ଟନ କରାଯାଇଥିଲା।ଆଗାମୀ ଦିନରେ ଏମାନଙ୍କ ସୁଖ ଦୁଃଖ ରେ ସଙ୍ଘ ସବୁବେଳେ ସହଯୋଗ କରିବ ବୋଲି ଶ୍ରୀ ମହାନ୍ତି କହିଥିଲେ।ପୂର୍ବରୁ ଏହି ଲୟର ଆସୋସିଏସନ ବହୁ ଜନ ହିତକର କାର୍ଯ୍ୟ କରିଆସୁଛି।ଏବଂ ଗରିବ ଅଭିଯୁକ୍ତ ମାନଙ୍କ ପାଇଁ ମଧ୍ୟ ବିନା ଫିସ୍ ରେ ସଙ୍ଘ ର ସଦସ୍ୟ ମାନେ କେସ ପରିଚାଳନା କରୁଛନ୍ତି।ଲୟର ଆସୋସିଏସନ ର ଏଭଳି ଜନ ହିତକର କାମକୁ ସାଧାରଣରେ ପ୍ରଶଂସା କରାଯାଇଛି।