ଵଡାମତଳିଆ ହାତୀବାରୀ ଜଙ୍ଗଲ ନିକଟରେ ଭାରସାମ୍ୟ ହରାଇ ବସ ଦୁର୍ଘଟଣା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ବିଶୋଇ ରାସ୍ତା ବଡ଼ଝରଣ ପାଖ ହାତୀବାରୀ ଜଙ୍ଗଲ ସନ୍ନିକଟ ରେ ଭାରସାମ୍ୟ ହରାଇ ରାଇରଙ୍ଗପୁର-ଉଦଳା ଯାଉଥିବା ଆପୁ ବସ ଓଡି୧୧ଏ୦୦୭୮ ରାସ୍ତାକଡକୁ ଓଲଟି ପଡିଥିଲା ।ବସରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ ।ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବିଭାଗ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।୭/୮ ଜଣ ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ପଠାଯାଇଛି ।୩୦ରୁ ଉର୍ଦ୍ଧ୍ଵ ଖଣ୍ଡିଆ ଖାବରା ଓ ଆହତଙ୍କୁ ଚିକିତ୍ସା କରାଯାଉଛି ।ପୋଲିସ ଓ ସ୍ଥାନୀୟ ପ୍ରଶାସନ ଆହତଙ୍କ କଥା ବୁଝାବୁଝି କରୁଛନ୍ତି ।ପୋଲିସ ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ