ଵାଇକ ସହିତ ମଦ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ ଠାରୁ ଅବକାରୀ ବିଭାଗ ଵେଆଇନ ମଦ ସହିତ ଏକ ବାଇକ ଜବତ କରିଛି।ପ୍ରାପ୍ତ ସୂଚନା ଅନୁଯାୟୀ କ୍ରିଷ୍ଣା ଦାସ ଓ ଅଭିରାମ ପ୍ରଧାନ ଦୁଇ ଜଣ ଯୁବକ ଏକ ବାଇକ ଯୋଗେ ୪୦ଲିଟର ଦେଶୀ ମଦ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଏହାକୁ ଜବତ କରାଯାଇଛି।ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ପେଟ୍ରୋଲିଂ ହେଉଥିବା ବେଳେ ଉକ୍ତ ଵେଆଇନ ମଦ ଜବତ ହୋଇଥିବା ସୂଚନା ମିଳିଛି।ଏ ନେଇ ଵିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।