ଵାଳାଶ୍ରମରେ ଜନ୍ମଦିନ ପାଳନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଆଜିର ଆଧୁନିକ ଚାକଚକ୍ୟରେ ପରିଚାଳିତ ହୋଇ ଯୁବ ସମାଜ ପଥଭ୍ରଷ୍ଟ ହେଉଛି । ଏପରିକି ସାମାଜିକ ଦାୟିତ୍ଵ ଵୋଧରୁ ନିଜକୁ ଦୂରେଇ ଦେଇ ସ୍ଵାର୍ଥାନ୍ଧ ମଧ୍ୟ ହୋଇଯାଉଛି । ତଥାପି ଅନେକ ଯୁବକ ଯୁବତୀ ଆଜିବି ସୁଦ୍ଧା ସ୍ଵେଚ୍ଛାକୃତ ଭାବେ ସାମାଜିକ ଦାୟିତ୍ଵ ନିର୍ବାହ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ଯୁବ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ପରିଚାଳିତ ଅଗ୍ରଣୀ ସଂଗଠନ ଉମିଦ ଫାଉଣ୍ଡେସନ ଅନ୍ୟତମ । ବର୍ଷକ ବାରମାସ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି ସଂଗଠନରେ କାର୍ଯ୍ୟରତ ଯୁବକ ଯୁବତୀ । ଏପରିକି ନିଜର ଜନ୍ମଦିନ ଖୁସିକୁ ମଧ୍ୟ ଅନ୍ୟମାନଙ୍କ ନିକଟରେ ଵାଣ୍ଟୁଛନ୍ତି । ସଂପ୍ରତି ସଂଗଠନର ଦୁଇ ସଦସ୍ୟ ଗୈାରହରି ବେହେରା ଓ ହରି ବଲ୍ଲଭ ପଲାଇ ଙ୍କ ଜନ୍ମ ଦିନ ଅବସରରେ କାଞିଆପାଳ ବାଳାଶ୍ରମ ଅନ୍ତେବାସୀ ଛୋଟ ପିଲା ମାନଙ୍କୁ ସାହାଯ୍ୟର ହାତ ଵଢାଯାଇଛି । ସେଠାରେ ଉମିଦ ସଦସ୍ୟ ମାନେ ପହଞ୍ଚି ସେମାନଙ୍କୁ ପାଠ୍ୟ ଉପକରଣ ଓ ମିଷ୍ଟାନ୍ନ ବିତରଣ କରିଛନ୍ତି । ଅନ୍ତେବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଵା ବେଳେ ଉମିଦ ଫାଉଣ୍ଡେସନର ଏତାଦୃଶ କାର୍ଯ୍ୟକୁ ଵୃଦ୍ଧିଜୀଵି ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ