ଵିଏସଏଫ ଯବାନଙ୍କ ଆତ୍ମହତ୍ୟା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ରହଣିଆ ଗ୍ରାମର ଜଣେ ଵିଏସଏଫ ଯଵାନ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗ୍ରାମର ବଳରାମ ପରିଡା ଙ୍କ ସାନପୁଅ ହରିହର ପରିଡା (୨୮)ଅରୁଣାଚଂଳ ପ୍ରଦେଶରେ ଯଵାନ ଭାଵେ କାର୍ଯ୍ୟରତ ଥିଲେ । ଗତ ଦୁଇ ମାସ ପୂର୍ବରୁ ଗାଁକୁ ଛୁଟିରେ ଆସି ଵିଵାହ କରିଥିଲେ । ଆଉ କିଛି ଦିନ ପରେ ଛୁଟି ସରିଥିଲେ କର୍ମକ୍ଷେତ୍ର କୁ ଯାଇଥାଆନ୍ତେ । ହେଲେ ଵିଧିର ଵିଧାନ କିନ୍ତୁ ଅଲଗା ଥିଲା । ଆଜି କୌଣସି କାରଣରୁ ନିଜ ବାସଗୃହରେ ଫାଶି ଦେଇ ସେ ଆତ୍ମହତ୍ୟା କରିଛନ୍ତି । ଯବାନଙ୍କ ଅକାଳ ବିୟୋଗରେ ଗାଁ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ