ଵିଜାତଳା ମଧୁପୁର ଛକରେ ବାଇକ, ପିକଅପ ଭେନ୍ ମୁହାଁମୁହିଁ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର-ବିଶୋଇ ଜାତୀୟ ତମ ରାଜପଥ ବିଜାତଳା ବ୍ଳକ ବିଶୋଇ ମଧୁପୁର ଛକରେ ବାଇକ୍ ସହ ମାଲ ବୋଝେଇ ପିକଅପ ଭେନ ମୁହାଁମୁହିଁ ଘଟଣାରେ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି । ଘଟଣାଟି ଆଜି ୧୨.୩୦ ଟା ପାଖାପାଖି ସମୟରେ ଘଟିଛି । ଘଟଣାସ୍ଥଳରେ ବିଶୋଇ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଅଗ୍ନିଶମ ଗାଡ଼ିରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।ଡାକ୍ତର ବାଇକରେ ଥିବା ଜଣଙ୍କୁ ମୃତ୍ୟୁ ଘୋଷଣା କରିବା ସହ ଅନ୍ୟ ମାନଙ୍କର ଚିକିତ୍ସା କରୁଛନ୍ତି । ମୃତକ ଜଣକ ହେଲେ ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତର ଜେଦେରଘୁଟୁ ଗ୍ରାମର ଦାସମାତ ହେମ୍ବ୍ରମ (୫୦) ଅନ୍ୟ ଜଣେ ଗୁରୁତର ହେଲେ କାରା ମୁର୍ମୁ(୪୦) । ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ତଦନ୍ତ କରୁଛି । ବାଇକ ଚାଳକ ମାନେ ଲୁହାକାନୀ ପଞ୍ଚାୟତକୁ ଚାଉଳ ନେବାପାଇଁ ଯାଉଥିବାବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ ।


