ଵିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ଵାଣ୍ଟିଲେ କ୍ରୀଡ଼ାମନ୍ତ୍ରୀ

କୋଣାର୍କ, (ଗଣେଶ ବେହେରା):ରଵିଵାର ଅପରାହ୍ନରେ କୋଣାର୍କ ନିକଟ ସିମିଳି ପଞ୍ଚାୟତର ମାଟିଆପଡ଼ା ନୋଡାଲ୍ ୟୁପି ସ୍କୁଲ ଓ ଅନସରାସ୍ଥିତ ରୁଦ୍ରାଣୀ ହାଇସ୍କୁଲଠାରେ ରାଜ୍ୟ ସରକାରଙ୍କ ସୂଚନା ପ୍ରଯୁକ୍ତି ଓ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ସିମିଳି ପଞ୍ଚାୟତର ରେସନ୍ କାର୍ଡ ହିତାଧିକାରୀଙ୍କୁ ଵିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ଵିତରଣ କରିଛନ୍ତି । ଏହି ଅବସରରେ ଆୟୋଜିତ ସମାଵେଶରେ ଯୋଗଦେଇଥିଵା ଶତାଧିକ ମହିଳା ହିତାଧିକାରୀଙ୍କୁ ମନ୍ତ୍ରୀ ଉଦ୍ଵୋଧନ ଦେଵା ଅବସରରେ ଏହି ସ୍ୱାସ୍ଥ୍ୟ କାର୍ଡର ଉପଯୋଗୀତା ସଂପର୍କରେ ଅଵଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ପରିଡ଼ା, ଵିଡିଓ ଦୀପ୍ତିରାଣୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତିରଞ୍ଜନ ନାୟକ ଓ ସିମିଳି ସରପଞ୍ଚକାଞ୍ଚନଵାଳା ସେଠ୍ ଉପସ୍ଥିତ ଥିଲେ । ସିଆରସିସି ରବୀନ୍ଦ୍ରନାଥ ଵାହିନୀପତି, ଜିଆରଏସ୍ ଶେଖ୍ ଅଵଦୁଲ ଇଵ୍ରାର, ପ୍ରଧାନଶିକ୍ଷକ ହୃଦୟ କୁମାର ଵଡ଼ପଣ୍ଡା, ସମ୍ରାଟ ଭଞ୍ଜ ଭୋଇ, ଅଙ୍ଗନୱାଡ଼ି କର୍ମୀ ଜ୍ୟୋତ୍ସ୍ନାରାଣୀ ମହାନ୍ତି, ମୋନାଲିସା ସ୍ୱାଇଁ ଓ ସମାଜସେବୀ ଭାସ୍କର ସେଠ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପଞ୍ଚାୟତର ୧୧୦୭ଜଣ ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ଼ ଵିତରଣ କରାଯିଵ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ