ଵିଦ୍ୟୁତ ଵିଭାଗ ପକ୍ଷରୁ ରାତ୍ରିକାଳୀନ ଚଢାଉ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଵିଦ୍ୟୁତ ଚୋରଙ୍କୁ ରୋକ ଦେବା ପାଇଁ ଏଵେ ଵିଭାଗ ପକ୍ଷରୁ ରାତ୍ରି କାଳୀନ ଚଢାଉ ଆରମ୍ଭ ହୋଇଛି।ସୂଚନା ମୁତାବକ ଭଣ୍ଡାରିପୋଖରୀ ବ୍ଲକ ଅଧିନ ତୁଳସୀପୁର, ମଣାଗଡିଆ, ସୁରୁଵଣ, ଯଶୋଟିକିରି, ଆଖୁଆପଦା,ଜଗନ୍ନାଥପ୍ରସାଦ, ତେସିଙ୍ଗା ପ୍ରମୁଖ ସ୍ଥାନ ମାନଙ୍କରେ ରାତ୍ରିକାଳୀନ ଚଢାଉ ଆରମ୍ଭ ହୋଇଛି।ଏଥିରେ ଵିଦ୍ୟୁତ ଵିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିବ ଶଙ୍କର ଦାସ, ସହକାରୀ ଯନ୍ତ୍ରୀ ସରୋଜ କୁମାର ଵେହୁରିଆ,ଟାଟା ପକ୍ଷରୁ ଅମୁଲ ଫ୍ୟୁଜ ,ଭବାନୀ ଶଙ୍କର ସେଠୀ, ଭାଗିରଥୀ ସାହୁ, ଅକ୍ଷୟ କୁମାର ଦଳେଇ ପ୍ରମୁଖ ସାମିଲ ହୋଇଥିଲେ। ଚଢାଉ ଵେଳେ ପ୍ରାୟ ୪୦ଜଣ ଵ୍ୟକ୍ତି ଘରୋଇ ଭାବେ ଚୋରାରେ ଵିଦ୍ୟୁତ ଵ୍ୟଵହାର କରିଥିବା ଜଣାପଡିଛି। ଵେଆଇନ ଭାବେ ଵିଦ୍ୟୁତ ଵ୍ୟଵହାର କରିଥିବା ଯୋଗୁଁ ଏମାନଙ୍କ ଉପରେ ଵିଭାଗ ୧୫ଲକ୍ଷ ଟଙ୍କାର ଜୋରିମାନା ନୋଟିସ ଜାରି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ