ଵୀର୍ସା ମୁଣ୍ଡା ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହାସ୍ଥ ଵୀର୍ସା ମୁଣ୍ଡା ପାର୍କ ଅଗଷ୍ଟ ୩୧ ତାରିଖ ଦିନ ସ୍ବାୟତ୍ତଶାସନ ଦିବସ ଅବସରରେ ରାଜ୍ଯ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ କରକମଳରେ ଉଦଘାଟିତ ହୋଇଥିଲା । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ଥିଲେ । ଵୀର୍ସାମୁଣ୍ଡା ପାର୍କରେ ସ୍ଥାପିତ ଵୀର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିର ଅବୟଵ ଠିକ୍ ଭାବରେ ନିର୍ମାଣ ହୋଇପାରିନାହିଁ ତାହା କିମ୍ଭୁତ କୁମ୍ଭାକାର ଦେଖାଯାଉଛି। ଯାହାକୁ ନେଇ ସମଗ୍ର ଆଦିବାସୀ ସମେତ ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି । ଏଥିରେ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କର ଅବିକଳ ପ୍ରତିମୂର୍ତ୍ତି ସ୍ଥାପିତ ହେବା ଦରକାର ବୋଲି ସାଧାରଣରେ ଦାବି ହେଉଛି । ଯେଉଁ ପ୍ରତିମୂର୍ତ୍ତି ପୌରପାଳିକା ତରଫରୁ ସ୍ଥାପନ କରାଯାଇଛି ତାହା ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତି ଅସମ୍ମାନ । ଏହାକୁ ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତରଫରୁ ମ ଜିଲ୍ଲା ସଭାପତି ସନାତନ ମୁଣ୍ଡା,ସଂପାଦକ ସେକ ଅବଦୁଲ ମାନାଙ୍କ ନେତୃତ୍ୱରେ ଏକ ଦଳ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସଙ୍କୁ ଵୀର୍ସା ମୁଣ୍ଡାଙ୍କ ଅବୟବ ଉପରେ ସଠିକ ତଥ୍ଯ ଅବଗତ କରାଇବା ସହ ତୁରନ୍ତ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ହଟାଯାଇ ଏକ ବାସ୍ତବ ଶହୀଦ ଵୀର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଯଦି ପ୍ରଶାସନ ଖୁବ ଶିଘ୍ର ବିର୍ସା ମୁଣ୍ଡାଙ୍କ ଅବିକଳ ପ୍ରତିମୂର୍ତ୍ତି ସ୍ଥାପନ ନ ନିଏ ତାହାହେଲେ ଆଗାମି ଦିନରେ ଝାଡ଼ଖଣ୍ଡ ମୋର୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ । ଦାବିପତ୍ର ପ୍ରଦାନ ସମୟରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଆଦରାଣୀ ଵେଶ୍ରା,ସୁବାସିନୀ ହାଁସଦା,ଘନଶ୍ୟାମ ପିଙ୍ଗୁଆ,ସନ୍ତୋଷ ମୁର୍ମୁ,ଏମଡି ସାନଓ୍ବାରଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ