ଵୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜାଜପୁର ଠାରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପାରଳାଖେମୁଣ୍ଡି ବନାଞ୍ଚଳ ଠାରୁ ପାଇଥିବା ବେଲ ଚାରା , ଲେମ୍ବୁ ଚାରା, ଅଳା ଚାରା ଭଳି ବହୁ ମୂଲ୍ୟବାନ ଚାରା ଗୁଡିକୁ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ଙ୍କ ନିର୍ଦେଶ କ୍ରମେ ଭାରପ୍ରାପ୍ତ ଆ. ଇ. ପି ସୁରେନ୍ଦ୍ର ପାତ୍ର ଓ ଭାରତ ସ୍କାଉଟ୍ସ ଓ ଗାଇଡ଼ସ ଖେଳ ଶିକ୍ଷକ ମାନଙ୍କ ସହାୟତା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ ଚାରା ରୋପଣ କରିଛନ୍ତି | ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଖେଳ ଶିକ୍ଷକ ଧୀରେନ୍ଦ୍ର ସାମଲ ସହକାରୀ ଶିକ୍ଷକ ମୋହନ ବାରିକ, ଶିକ୍ଷୟତ୍ରୀ ନର୍ମଦା ଦେଇ, ଚପଳା ପାଢ଼ୀ, ଏମ. ପ୍ରିୟଙ୍କା, ଇନ୍ଦିରା ପଣ୍ଡା, ବବିତା ପୁରହିତ ପ୍ରମୁଖ ସହଯୋଗ କରିଥିଲେ|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ