ଵେଆଇନ ଵାଲି ଟ୍ରକ୍ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ତିନି ଗୋଟି ଵେଆଇନ ଵାଲି ଟ୍ରକ୍ ଜବତ କରାଯାଇଛି। ଟ୍ରକ୍ ତିନୋଟି ଯାଜପୁର ପଟୁ ବାଲି ବୋଝେଇ କରି ଆସୁଥିବା ବେଳେ ଏହାକୁ ଜବତ କରାଯାଇଛି।ଗାଡିରେ କ୍ଷମତା ଠାରୁ ଅଧିକ ବାଲି ପରିବହନ ହେଉଥିବା ଜଣା ପଡିବା ପରେ ରାଜସ୍ବ କର୍ମଚାରୀ ମାନେ ଟ୍ରକ୍ ଗୁଡିକୁ ଛତାବର-ବଳିଘାଇ ରାସ୍ତାରେ ଜବତ କରିଛନ୍ତି। ଜୋରିମାନା ଆଦାୟ ପରେ ଗାଡି ଗୁଡିକୁ ଛଡାଯିବ ବୋଲି ତହସିଲଦାର ସରୋଜକାନ୍ତ ନାୟକ ସୂଚନା ଦେଇଛନ୍ତି।


