ଵୈତରଣୀରେ ଵୃଦ୍ଧା ନିଖୋଜ !
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ମାଳଦା ପଂଚାୟତ ରଘୁନାଥପୁର ଠାରେ ଜଣେ ଵୃଦ୍ଧା ନିଖୋଜ ହୋଇଥିବା ସୂଚନା ମିଳିଛି।ପ୍ରାପ୍ତ ସୂଚନା ମୁତାବକ ଗ୍ରାମର ଫୁଲ ଧଳ(୫୮)ଆଜି ସକାଳେ ନିକଟ ଵୈତରଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ।ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ନଦୀର ଆଖୁଆ ସାହି ତୁଠରେ ଯାଇ ଖୋଜା ଖୋଜି କରିଥିଲେ ସୁଦ୍ଧା କୌଣସି ଖବର ମିଳିନଥିଲା।ଗାଧୁଆ ତୁଠରେ ଵୃଦ୍ଧାଙ୍କ ପିନ୍ଧା ଶାଢୀ ଓ କାଚ ରହିଥିବାରୁ ସେ ବୈତରଣୀ ନଦୀରେ ଭାସି ଯାଇଥିବା ସନ୍ଦେହ ହୋଇଥିଲା। ଏହା ପରେ ଖବର ପାଇ ଦମକଳ ଵାହିନୀ ଘଟଣା ସ୍ଥଳରେ ପହଞ୍ଚି ଵୈତରଣୀ ନଦୀରେ ସନ୍ଧ୍ୟା ଯାଏ ଖୋଜା ଖୋଜି କରିଥିଲେ ମଧ୍ୟ ଵୃଦ୍ଧାଙ୍କ କୌଣସି ସୂଚନା ମିଳିନଥିବା ଜଣାପଡିଛି।