ଵ୍ରହ୍ମପୁର ଟ୍ରାଫିକ DSP ଙ୍କ ମାନବିକତା

ଵ୍ରହ୍ମପୁର:ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମେଡିକାଲ କୁ ନିଜ ଗାଡ଼ିରେ ଆଣି ଚିକିତ୍ସା କରାଇ ପରିବାର ଲୋକଙ୍କୁ ଜଣାଇଲେ । ଆଜି ରାତି 10 ଟା ସମୟରେ ଜଣେ ବ୍ୟକ୍ତି ମୋଟର ସାଇକେଲରେ ଦ୍ରୁତ ଗତିରେ କର୍ପୋରେସନ ରୋଡ ଦେଇ ଯାଉଥିବା ବେଳେ କୌଣସି କାରଣ ବଶତଃ ଦୁର୍ଘଟଣାର ଶିକାର ହୋଇ ରକ୍ତାକ୍ତ ହୋଇ ପଡ଼ିଥିଲେ । ଲୋକେ ତୁରନ୍ତ108 ଆମ୍ବୁଲାନ୍ସ କୁ ଡାକି ବିଫଳ ହୋଇଥିଲେ । ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଵ୍ରହ୍ମପୁର ଟ୍ରାଫିକ DSP ସାର୍ଥକ ରାୟ ନିଜ ପୋଲିସ ଗାଡି କୁ ସେଠାରେ ଅଟକାଇ ଥିଲେ । ଦୁର୍ଘଟଣା ବ୍ୟକ୍ତିଙ୍କ ମୁଣ୍ଡରେ ପ୍ରବଳ ଆଘାତ ଏବଂ ରକ୍ତାକ୍ତ ଅବସ୍ଥା ଦେଖି DSP ସାର୍ଥକ ରାୟ କାଳ ବିଳମ୍ବ ନ କରି ତୁରନ୍ତ ନିଜ ପୋଲିସ ଗାଡ଼ିରେ ବସାଇ ବଡ଼ ମେଡିକାଲ ଆଣି ଥିଲେ । ବ୍ୟକ୍ତିଙ୍କ ମୁଣ୍ଡରେ 10ଟି ଷ୍ଟିଚ ପଡିବା ପରେ ପୋଲିସ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ପରିବାର ଲୋକେ ମେଡିକାଲ ଆସି ତାଙ୍କ ଲୋକଙ୍କୁ ଘରକୁ ନେବା ସହ ଟ୍ରାଫିକ DSP ତଥା ଵ୍ରହ୍ମପୁର ପୋଲିସର ମାନବିକତା କୁ SALLUTE ମାରି ଯାଇଥିଲେ । ଏହି ଘଟଣା ଦେଖି ନିକଟରେ ଥିବା ଲୋକେ ପୋଲିସ ର କାର୍ଯ୍ୟକୁ ବାହା ବାହା କରିବା ସହ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ