ଶକ୍ତିପୀଠ ମାନଙ୍କରେ ଚାଲିଛି ନବରାତ୍ରୀ ପୂଜା

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଆଶ୍ଵିନ ମାସର ମୂଳାଷ୍ଟମୀ ତିଥି ଠାରୁ ପ୍ରାଚୀ ଉପତ୍ୟକା ର ବିଭିନ୍ନ ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କ ରେ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହିତ ଚାଲିଛି। ଦେବୀ ପୀଠ ଗୁଡ଼ିକ ରେ ସପ୍ତଚଣ୍ଡୀପାଠ, ସିଂହ ପୂଜା ,କଳସପୂଜା, ଦ୍ୱାରପାଳ ପୂଜା ଭଳି ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେଉଥିବାବେଳେ ଦେବୀ ମା ଙ୍କୁ ଆସନ, ସ୍ବାଗତ, ପାଦ୍ୟ, ଅର୍ଘ୍ୟ, ଆଚମନ, ମଧୁପର୍କ, ଚମନ, ସ୍ନାନ, ମାର୍ଜଣା,ବସ୍ତ୍ର, ଭୂଷଣ, ଗନ୍ଧ, ପୁଷ୍ପ, ଦୀପ, ନୈବିଦ୍ୟ, ଆରତ୍ରିକ ପ୍ରଭୃତି ଷୋଡ଼ଶ ଉପଚାର ପୂଜା ପଦ୍ଧତି ରେ ଭକ୍ତି ଓ ନିଷ୍ଠାର ସହିତ ପୂଜା କରା ଯାଉଛି । ଶାରଦୀୟ ପାର୍ବଣ ପୂଜା ପାଇଁ ପ୍ରତ୍ୟେକ ଦିନ ମା ଙ୍କ ନିକଟରେ ପାର୍ବଣ ଭୋଗ ଲାଗି କରାଯାଉଛି। ନୟାହାଟ ନରସିଂହପୁର ଗ୍ରାମ ର ଚାଚଖାଇ ମନ୍ଦିର, ସାମନ୍ତ ବଜାର ର ବିଶେଶ୍ୱରୀ ମନ୍ଦିର,ପ୍ରାଚୀ ଉପତ୍ୟକା ମୋଟିଆଁ ଗ୍ରାମ ର ନାରାୟଣୀ ଦୁର୍ଗାମନ୍ଦିର, ପିତାପଡ଼ା ର ଅଙ୍ଗେଶ୍ୱର ମନ୍ଦିର ପରିସର ରେ ଥିବା ଦୁର୍ଗା ମନ୍ଦିର, ଓଟର ର ଜାଗେଶ୍ୱରୀ ମନ୍ଦିର ଓ ବନଦୁର୍ଗା ମନ୍ଦିର, ଦୂର୍ଗେଶ୍ୱରଗଡ ର ଦୁର୍ଗା ମନ୍ଦିର, ସୋରଭା ର ଜାଗୁଳାଇ ମନ୍ଦିର, କରମଙ୍ଗା ର ଚଞ୍ଚଳାଇ ଓ ଉପୁଳାଇ ମନ୍ଦିର, କୁଣ୍ଡିସା ର ବନ୍ଦରେଇ ମନ୍ଦିର, ନିଭରଣ ର ଗ୍ରାମେଶ୍ୱର ମନ୍ଦିର, ଆମ୍ବାପଡ଼ା ର ଭଟ୍ଟାରିକା ମନ୍ଦିର , ସୁଧ ବାରିମୂଳ ର ମା ବାସୁଦେବୀ ମନ୍ଦିର, ବିଶିମାତ୍ରୀ ଓ ଭାଣପୁର ର ହରଚଣ୍ଡି ମନ୍ଦିର , ଚଉରାଶି ର ବରାହୀ ମନ୍ଦିର, ତେନ୍ତୁଳିଗୁଆଁ ର ଭଗବତୀ ମନ୍ଦିର, ତୁଳସୀପୁର ସ୍ଥିତ ମା କନକ ଦୁର୍ଗା ମନ୍ଦିର ଓ ଆଖପାଖ ସମସ୍ତ ଗ୍ରାମ ର ଗ୍ରାମ ଦେବତୀ ପୀଠ ମାନଙ୍କ ରେ ଶାରଦୀୟ ପାର୍ବଣ ବା ଷୋଳ ପୂଜା ଅବସର ରେ ସୋମବାର ଠାରୁ ନବରାତ୍ରୀ ପୂଜା ଭକ୍ତି ଓ ନିଷ୍ଠା ର ସହିତ ଅନୁଷ୍ଠିତ ହେଉଛି। ବିଭିନ୍ନ ସ୍ଥାନ ରେ ଦେବୀ ମାନଙ୍କ ର ବିଭିନ୍ନ ବେଶ ଓ ସମୂହ ଜନ୍ତାଳ ଭୋଜି ଅନୁଷ୍ଠିତ ହେଉଛି।ଶାରଦୀୟ ପାର୍ବଣ ପୂଜା ପାଇଁ ଗାଁ ଗାଁ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ