ଶକ୍ତିପୀଠ ମାନଙ୍କରେ ମହାଷ୍ଟମୀ ପୂଜା ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୀଠେ ମହାଷ୍ଟମୀ ଅବସର ରେ ଚାରିଛକ ଅଞ୍ଚଳ ଓ ଏହାର ଆଖପାଖ ପ୍ରାଚୀ ଉପତ୍ୟକା ର ବିଭିନ୍ନ ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କ ରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା । ଦେବୀ ପୀଠ ଗୁଡ଼ିକ ରେ ସପ୍ତସତୀ ଚଣ୍ଡୀପାଠ, ସିଂହ ପୂଜା, ସିଂହପୂଜା ,କଳସପୂଜା, ଦ୍ୱାରପାଳ ପୂଜା ଭଳି ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ ନରସିଂହପୁର ଗ୍ରାମ ଠାରେ ସଂଧ୍ୟା ରେ ମା ଚାଚ୍ଚକାୟୀ ଙ୍କ ସ୍ନାନ ମାର୍ଜଣା କରାଯିବାପରେ ଫଳ,ମୂଳ, ପଣା ଭୋଗ ଲାଗି କରାଯାଇଥିଲା। ରାତି ରେ ସମୂହ ଗ୍ରାମବାସୀ ଙ୍କ ପକ୍ଷରୁ ଯନ୍ତାଳ ଭୋଜି ଅନୁଷ୍ଠିତ ହୋଇଥିବା ବେଳେ ବିଳମ୍ୱିତ ରାତିରେ ମା ଙ୍କ ସମ୍ମୁଖ ରେ ମେଷ ବଳି ଦିଆଯାଇଥିଲା ବୋଲି କହିଛନ୍ତି ମା ଙ୍କ ପୂଜକ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ। ନିକଟସ୍ଥ ମୋଟିଆଁ ଗ୍ରାମ ର ନାରାୟଣୀ ଦୁର୍ଗା ଙ୍କର ଆଜି ଦିନ ରେ ଚନ୍ଦନ ବେଶ ଓ ସଂଧ୍ୟାରେ ସୁନା ବେଶ ଅନୁଷ୍ଠିତ ହୋଇଥିଲା। ସେଠାରେ ବି ଗ୍ରାମବାସୀ ମାନଙ୍କ ପକ୍ଷରୁ ସମୂହ ଯନ୍ତାଳ ଭୋଜି ଅନୁଷ୍ଠିତ ହୋଇଥିଲା। ଏଥି ସହିତ ପିତାପଡ଼ା ର ଅଙ୍ଗେଶ୍ୱର ମନ୍ଦିର ପରିସର ରେ ଥିବା ଦୁର୍ଗା ମନ୍ଦିର, ଓଟର ର ଜାଗେଶ୍ୱରୀ ମନ୍ଦିର ଓ ବନଦୁର୍ଗା ମନ୍ଦିର, ଦୂର୍ଗେଶ୍ୱରଗଡ ର ଦୁର୍ଗା ମନ୍ଦିର, ସୋରଭା ର ଜାଗୁଳାଇ ମନ୍ଦିର, କରମଙ୍ଗା ର ଚଞ୍ଚଳାଇ ଓ ଉପୁଳାଇ ମନ୍ଦିର, କୁଣ୍ଡିସା ର ବନ୍ଦରେଇ ମନ୍ଦିର, ନିଭରଣ ର ଗ୍ରାମେଶ୍ୱର ମନ୍ଦିର, ଆମ୍ବାପଡ଼ା ର ଭଟ୍ଟାରିକା ମନ୍ଦିର , ସାମନ୍ତ ବଜାର ସ୍ଥିତ ବିଶେଶ୍ୱରୀ ମନ୍ଦିର ଓ ଆଖପାଖ ସମସ୍ତ ଗ୍ରାମ ର ଗ୍ରାମ ଦେବତୀ ପୀଠ ମାନଙ୍କ ରେ ମହାଷ୍ଟମୀ ପୂଜା ଓ ଯନ୍ତାଳ ଭୋଜି ଅନୁଷ୍ଠିତ ହୋଇଥିଲା। ଶାରଦୀୟ ପାର୍ବଣ ପୂଜା ପାଇଁ ଗାଁ ଠୁଁ ସହର ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ