ଶକ୍ତିମାନ କୃଷି ଉପକରଣର ବଜାର ପ୍ରବେଶ

ବାଲେଶ୍ୱର, (ସରୋଜ ପଣ୍ଡା):ଦେଶର ଅଗ୍ରଣୀ କୃଷି ଉପକରଣ ନିର୍ମାତା ‘ତୀର୍ଥ ଆଗ୍ରୋ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ’ ପକ୍ଷରୁ ଶକ୍ତିମାନ ପ୍ୟାଡି ସଲ୍ୟୁସନ ପ୍ରଡକ୍ଟ ମଙ୍ଗଳବାର ବାଲେଶ୍ୱରରେ ବଜାର ପ୍ରବେଶ କରିଛ । ନୋସି ବିଜିନେସ ପାର୍କ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କମ୍ପାନୀର ସର୍ବ ଭାରତୀୟ ବ୍ୟବସାୟିକ ମୁଖ୍ୟ ଦୀନେଶ ବଶିଷ୍ଠ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୁଆ ଉପକରଣକୁ ଅନାବରଣ କରିବା ସହ କୃଷି ଉପକରଣ ନିର୍ମାଣ କ୍ଷେତ୍ରରେ ଶକ୍ତିମାନର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି କୃଷକମାନଙ୍କୁ ବିହନ ପ୍ରସ୍ତୁତି, ବିହନ ବୁଣିବା ଏବଂ ରୋପଣ, ଫସଲ ରକ୍ଷଣାବେକ୍ଷଣ, ଧାନ ପାଇଁ ସ୍ୱତନ୍ତ୍ର ରୋଟାଭେଟର ଧାନମିତ୍ରମ ଠାରୁ ଆରମ୍ଭ କରି ଅବଶିଷ୍ଟ ଫସଲ ପରିଚାଳନା ଓ ଅମଳ ପାଇଁ ସମସ୍ତ ପ୍ରକାର ଉତ୍ପାଦ ଏହି କମ୍ପାନି ଯୋଗାଉଥିବା ସେ କହିଥିଲେ । ସେ ଆହୁରି କହିଥିଲେ କି ଶକ୍ତିମାନ ଘରୋଇ ତଥା ବିଦେଶ ବଜାରରେ ୫୦ ପ୍ରତିଶତରୁ ଅଧିକ ବଜାର ଅଂଶଧନ ସହ ଏକ ଦୃଷ୍ଟାନ୍ତମୂଳକ ଉପସ୍ଥିତି ବଜାୟ ରଖିବାରେ ସକ୍ଷମ ହେଇଛି । ସମ୍ପ୍ରତି ଶକ୍ତିମାନ ଉତ୍ପାଦଗୁଡିକ ୯୦ ଗୋଟି ଦେଶକୁ ରପ୍ତାନି ହେଉଛି ବୋଲି ସେ ପ୍ରକାଶ କରିଥଲେ । କମ୍ପାନୀର ବିକ୍ରୟ ମୁଖ୍ୟ ରବି ମାଥୁର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତୀର୍ଥ ଏଗ୍ରୋ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର ବିଭିନ୍ନ ଉତ୍ପାଦ ସମ୍ପର୍କରେ ସୂଚନା ଦେଇଥିଲେ । ଶକ୍ତିମାନ ଆଗାମୀ ପିଢି ପାଇଁ କୃଷି ସୁନିଶ୍ଚିତ କରିବା ଉପରେ ବିଶ୍ୱାସ ରଖିବା ସହ କୃଷି କାର୍ଯ୍ୟକୁ ସହଜ କରିବା ପାଇଁ ବିଭିନ୍ନ ଉତ୍ପାଦ ଆରମ୍ଭ କରିଥିବା ସେ କହିଥିଲେ । ଓଡ଼ିଶାରେ ଶକ୍ତିମାନ ଉତ୍ପାଦର ଅଧିକୃତ ବିକ୍ରେତା ‘ଫେଆରଡିଲ ଏଗ୍ରୋଟେକ’ର ମୁଖ୍ୟ ଶିବୁ ପୋଦାର ଏଥିରେ ଅଧ୍ୟକ୍ଷତା କରିବା ସହ ଶକ୍ତିମାନ କୃଷି ଉପକରଣ ପାଇଁ ଓଡିଶା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଥିବା ପ୍ରକାଶ କରିଥଲେ । ଓଡ଼ିଶାର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ସରକାରଙ୍କ ଉଦ୍ୟମ ସହ ସାମିଲ ହୋଇ କମ୍ପାନି ଆଜି ଗର୍ବିତ ବୋଲି ସେ କହିଥିଲେ । ଜିଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ, କୃଷି ବୈଜ୍ଞାନିକ ପ୍ରଦୀପ କୁମାର ବେହେରା ଓ ନୀରଜ କୁମାର ବେହେରା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କୃଷି କ୍ଷେତ୍ରରେ ବୈପ୍ଲବିକ ଉନ୍ନତି ପାଇଁ ଶକ୍ତିମାନର ଉଦ୍ୟମକୁ ପ୍ରଶଂସା କରିଥିଲେ । ଫେଆରଡିଲ ଏଗ୍ରୋଟେକର ନିର୍ଦ୍ଦେଶକ ମୋହିତ ପୋଦାର କାର୍ଯ୍ୟକ୍ରମ ପରିଚାଳନା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଓଡ଼ିଶାର ବିଭିନ୍ନ ଜିଲାରୁ ଶକ୍ତିମାନର ବହୁ ଡିଲର ଓ ଅଗ୍ରଣୀ କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ