ଶକ୍ତି ଆଖ୍ୟାନ

ବିପିନ ବିହାରୀ ମହାନ୍ତି
ପୁରାଣ ପୃଷ୍ଠା ଓଲଟାଇଲେ ପ୍ରମାଣିତ ହୁଏ ଯେ ସେ ବ୍ରହ୍ମା, ବିଷ୍ଣୁ ବି ମହେଶ୍ୱର ହୁଅନ୍ତୁ ପଛେ, ନିଜର ସକଳ ସାମର୍ଥ୍ୟ , ଅନ୍ୟାୟ ଓ ଅସତ୍ୟକୁ ପ୍ରତିହତ କରି ଧର୍ମସ୍ଥାପନାର୍ଥେ ଏକ ବୃହତ ଶକ୍ତିଠାରୁ ଆହରଣ କରିଥାନ୍ତି । ଏହି ଶକ୍ତି ଏକ ଆଦିଅନ୍ତହୀନ ଅସୀମ ଶକ୍ତି ଯାରହାକି, ‘ଭୁ’ ରୁ ‘ଭୂମା’ ଏବଂ ‘ପରମାଣୁ’ ଠାରୁ ବିରାଟ ବ୍ରହ୍ମାଣ୍ଡଯାଏଁ ବିଦ୍ୟମାନ । ଏହି ଶକ୍ତି ‘ନାରୀ’ ତଥା ‘ମାତୃ’ ରୂପରେ ଅର୍ଥାତ୍ ଆଦ୍ୟାଶକ୍ତି ଆକାରରେ ସୃଷ୍ଟିର ଆରମ୍ଭରୁ ଏଯାଏଁ ଅଛନ୍ତି ଏବଂ ପୂଜିତ ହୋଇ ଆସୁଛନ୍ତି:
“ଯା ଦେବୀ ସର୍ବ ଭୂତେଷୁ ମାତୃରୂପେଣ ସଂସ୍ଥିତା
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସୈ ନମୋନମଃ”
ଏ ଶକ୍ତି ପ୍ରତିଟି ପ୍ରାଣୀର ଆଧର ରୂପ ବିଦ୍ୟମା ।
ସୃଷ୍ଟିର ଆରମ୍ଭ ପୂର୍ବରୁ କୌଣସି ଶକ୍ତି ନଥିଲାବୋଲି କହିବା ହିଁ ଭୁଲ । କେବଳ ନିରାକାର ରୂପରେ ଏହି ଅନନ୍ତ ଶକ୍ତିଥିଲେ ଏବଂ କେବଳ ତାଙ୍କରି ଠାରୁ ବ୍ରହ୍ମ, ବିଷ୍ଣୁ, ମହେଶ୍ୱର ଏବଂ ଅନ୍ୟାନ୍ୟ ଦେବାଦେବୀ , ଜଳ ଓ ଜୀବଜଗତ ସୃଷ୍ଟି ହେଲା । ତ୍ରିଲୋକ ସଂରଚନା କେବଳ ତାଙ୍କରି କରୁଣା ଥିଲା ଦେବୀ ଭାଗବତ ଆଖ୍ୟାନ ଅନୁଯାୟୀ ଏକାର୍ଣ୍ଣବ ଜଳରେ ତ୍ରିଲୋକ ଧ୍ୱଂସ ହେଲାପରେ , ନାରାୟଣ ବହୁକାଳଧରି ଶାନ୍ତି ନିଦ୍ରାରେ ଶୋଇଗଲେ । ଏହି ଅବସରରେ ତାଙ୍କ କର୍ଣ୍ଣରୁ ଉଭବ ମଳରୁ ମଧୁ ୍ଣଳୌଟିଭ ନାମକୁ ଦୁଇଟି ରାକ୍ଷାସ ସୃଷ୍ଟି ହେଲେ । ସେମାନେ ଜଳରେ ସନ୍ତରଣ କରୁଥିବା ଅବସ୍ଥାରେ କୈଟିଭ ପ୍ରଥମେ ଏହି ଆଦ୍ୟାଶକ୍ତିଙ୍କୁ ଦର୍ଶନକଲା ଏବଂ ସେ ଯେ କେବଳ ସେହି ଏକାବର୍ଣ୍ଣ ଜଳର ଆଧାର ତଥା ସେମାନଙ୍କର ସୃଷ୍ଟିର କାରଣ ବୋଲି ମଧୁକୁ ବୁଝାଇଦେଲା ।
ଏହାପରେ ସେମାନେ ଶୁନ୍ୟବାଣୀ ଦ୍ୱାରା ‘ବାଗ୍‌ବଜମନ୍ତ୍ର’ ପ୍ରାପ୍ତ ହେଲେ ଏବଂ ତାହାରି ବଳରେ ଦେବୀ ମା’ ଭାଗବତୀଙ୍କ କୃପାରୁ ଇଛାମୃତ୍ୟୁ ଏବଂ ସର୍ବଲୋକ ଅଜୟବର ପ୍ରାପ୍ତ ହେଲେ । ଏହାପରେ ସେମାନେ ଆତ୍ମଗର୍ବରେ ଯେଛାତା କରିଚାଲିଲେ ଏବଂ ବିଷ୍ଣୁଙ୍କ ନାଭିକମଳରୁ ସମ୍ଭୁତ ବ୍ରହ୍ମାଙ୍କୁ ଆକ୍ରମଣ କଲେ । ବ୍ରହ୍ମା ନିରୂପାୟ ହୋଇ ବିଷ୍ଣୁଙ୍କୁ ସ୍ମରଣ କଲେ । ହେଲେ ବିଷ୍ଣୁଙ୍କ ଅଚିନ୍ତା ନିଦ୍ରା ଭଂଗ ହେଲାନାହିଁ । ଏଣୁ ସେ ବାଧ୍ୟହୋଇ ବିଷ୍ଣୁଙ୍କ ନିଦ୍ରାଭଂଗ ନିମନ୍ତେ ଆଦ୍ୟଶକ୍ତିଙ୍କୁ ସ୍ମରଣ କଲେ ଏବଂ ତାଙ୍କ କୃପାରୁ ନିଦ୍ରାଦେବୀ ମା’ଅନନ୍ତା ବିଷ୍ଣୁଙ୍କୁ ଚକ୍ଷରୁ ଅପସରି ଗଲେ । ତେବେ ବିଷ୍ଣୁ ମଧୁ କୈଟିଭଙ୍କ ସହିତ ଯୁଦ୍ଧରେ ଲିପ୍ତ ହେଲେ ପ୍ରାୟ ୫ଶହସ୍ର ବର୍ଷ; କିନ୍ତୁ ପାରିଲେ ନାହିଁ । ଶେଷରେ ସେ ସେହି ଆଦ୍ୟାଶକ୍ତିଙ୍କର ଶରଣ ଗଲେ । ଏଣୁ ମା’ ଅନନ୍ତାଶକ୍ତିଙ୍କୁ ଖାଲି ବିଷ୍ଣୁଙ୍କୁତ ଅମାପ ଶକ୍ତିଦେଲେନାହିଁ , ଅନ୍ୟପକ୍ଷେରେ ତ୍ରିପୁର ସୁନ୍ଦରୀ ସାଜି ମଧୁ କୈଟିଭଙ୍କୁ ହୀନବୀର୍ଯ୍ୟ କରିଦେଲେ । ଏଣୁ ସେମାନେ ଦୁର୍ବଳତା ବଶତଃ ବିଷ୍ଣୁଙ୍କୁ ବରମାଗିବାକୁ କହିଲେ ଓ ଯୁଦ୍ଧରୁ ନିବୃର୍ତ୍ତ ହେଲେ । ବିଷ୍ଣୁ କେବଳ ସେମାନଙ୍କର ମୃତ୍ୟୁ ବରଟିକୁ ହିଁ ଭିକ୍ଷାକଲେ । ସେମାନେ ନିଜ ସତ୍ୟ ରକ୍ଷାକରି ତାଙ୍କର ଜଳରେ ନଥିବା କୌଣସି ସ୍ଥାନରେ ବଦ୍ଧ କରିବାକୁ କହିଲେ । ସେତେବେଳେ ଏ ମେଦିନୀ ସୃଷ୍ଟି ହୋଇନଥିଲା । ଏଣୁ ସ୍ଥଳ ଆସିବ କେଉଁଠୁ ଯେ ସେଠି ବିଷ୍ଣୁ ତାଙ୍କୁ ମାରିବେ ? ହେଲେ ବିଷ୍ଣୁଙ୍କ ମାୟା ତାଙ୍କୁ ଆଗଚୋର । ବିଷ୍ଣୁ ସେ ଦୁହିଁଙ୍କର ମୁଣ୍ଡକୁ ନିଜ ଜଂଘ ଉପରେ ରଖି ଛେଦନ କଲେ । ତାଙ୍କ ମେଦ ଦ୍ୱୟରୁ ଏ ମେଦିନୀ ସୃଷ୍ଟି ହେଲା । ପୁନଶ୍ଚ ମେଦିନି ଉପରେ ମଣିଷ ସମେତ ଜୀବଜଗତକୁ ବିଚରଣ କଲେ ।
ମଧୁ କୈଟିଭଙ୍କ ମୃତ୍ୟୁପରେ ଅନନ୍ତ ସମୟ ପର୍ଯ୍ୟନ୍ତ ଶାନ୍ତିରେ କଟିଗଲା । ଏବଂ ତାହାପରେ ଜନ୍ମନେଲା ମହାପ୍ରତାପୀ, ମହାଦୁଷ୍ଟ ମହୀଶସୁର । ବିଭିନ୍ନ ପରାଣମତେ ମହିଷାସୁର ଜନ୍ମକାହାଣୀରେ ତାଳ ମେଳ ଖାଏନୀ । ବରାହ ପୁରାଣମାତେ ସେ ବିପ୍ରଚିତ୍ତ ନାମକ ଦୈତ୍ୟର ମହିଷ୍ମତୀ ନାମ୍ନୀ କନ୍ୟାର ସିନ୍ଧୁଦୀକ ନାମକ ଋଷିଙ୍କ ଅଭିଷାପରୁ ଜାତ ପୁତ୍ର: କାଳୀକା ପୁରାଣ ଅନୁଯାୟୀ ଇଏ ଶଇବ ବଂଶରୁ ଜାତ ଦୈତ୍ୟର ପୁତ୍ର । ଚଣ୍ଡିପୁରାଣ ଅନୁସାରେ କପିଳସିଂହଙ୍କ ପତ୍ନୀ ଯମରବାହନ ‘କୃତାନ୍ତକ’ ଦ୍ୱାରା ଧର୍ଷିତ ହୋଇ ଯେଉଁ ଅବୈଧ ପୁତ୍ର ଜନ୍ମଦେଲେ, ସେହିଁ ମହିଷାସୁର । ତେବେ ଯେମିତି ହେଲେବି ଏହି ମହିଷାସୁର ତପସ୍ୟା ଦ୍ୱାରା ବ୍ରହ୍ମାଙ୍କ ଠାରୁ ବର ପ୍ରାପ୍ତ ହେଲେ ଯେ ସେ ଦିବସରେ କିମ୍ବା ରାତିରେ, ଦେବ ବା ଦାନବ ଦ୍ୱାରା, ଯକ୍ଷ ବାରକ୍ଷ , କି ଗନ୍ଧର୍ବ ମାନଙ୍କ ହାତରେ ମୃତ୍ୟୁବରଣ କରିବ ନାହିଁ ; ସେ ଜଳରେ ବୁଡିବ ନାହିଁ କିମ୍ବା ନିଆଁରେ ପୋଡିବ ନାହିଁ । ଏପରି ସ୍ଥଳେ ସେ ନଜସ୍ୱ ବଳସହିତ ତା’ର ରାକ୍ଷସ ବଳମାନଙ୍କୁ ନେଇ ପ୍ରଚଣ୍ଡ ବଳୀ ହୋଇ ଏ ମେଦିନୀକୁ ଥରହରା କଲା ।
ନାରଦ ସବୁ କଳିର ସୂତ୍ରଧର । ଦିନେ ସେ ତାର ରାଜ୍ୟରେ ପଦାର୍ପଣ କଲେ ଏବଂ କହିଲେ ଯେ ମହିଷାସୁର ଯଦି ସ୍ୱର୍ଗପୁରୀର ଐରାବତ ହସ୍ତୀ, ଉଚ୍ଚୈଶ୍ରବା ଅଶ୍ୱ ଏବଂ ମେନକା ପରି ସ୍ୱର୍ଗ ସୁନ୍ଦରୀ ଓ ପାରିଜାତ ବୃକ୍ଷ ପାଇଯାଆନ୍ତେ , ତା ରାଜ୍ୟ ମଧ୍ୟ ସ୍ୱର୍ଗପୁରୀରଠୁ ବଳାଇଯାଆନ୍ତା । ଏମିତି ବି ଆଉ କ’ଣ କ’ଣ କହି ତାକୁ ଉସ୍‌କାଇ ଦେଲେ ।
ମହିଷାସୁର ଏସବୁ ଶୁଣି ଚିଠିଟିଏ ଲେଖି ଏମାନଙ୍କୁ ଦେବାକୁ ଇନ୍ଦ୍ରଙ୍କୁ ଦୂତ ପଠାଇଲା । ଇନ୍ଦ୍ର ଏଗୁଡାକ ଦେବେ କ’ଣ, ତା ଦୂତକୁ ହତ୍ୟାକଲେ । ଏଣୁ ଭୟଙ୍କର କ୍ରୋଧାନ୍ୱିତ ହୋଇ ସେ ସ୍ୱର୍ଗପୁର ଆକ୍ରମଣ କଲା । ଦେବତାମାନେ ପରାସ୍ତ ହେଲେ । ସେମାନେ ବିଷ୍ଣୁଙ୍କ ଶରଣ ଗଲେ । ବିଷ୍ଣୁ ଦେବତାମାନଙ୍କୁ ଧରି ମେରୁ ପର୍ବତ ଉପରେ ମହିଷାସୁରା ମୃତ୍ୟୁ ଉପାୟ ଚିନ୍ତା କରୁଥିବା ବେଳେ , ସେ କଥା ଜାଣିପାରି ତା ଶିଙ୍ଗିମାରି ମେରୁ ପର୍ବତକୁ ଦୋହଲାଇଦେଲା । ଏଣୁ ରାଗରେ ସମସ୍ତ ଦେବଗଣ କ୍ରେଧରେ ମୁଖରୁ ଅଗ୍ନିବର୍ଷଣ କଲେ । ବ୍ରହ୍ମାଙ୍କ ଶାନ୍ତିମନ୍ତ୍ରରୁ ଏ ଅ୍ରଗ୍ନି ଶାନ୍ତିଦେଲେ । ଅଥଚ ସେହି ସାମୁହିକ ଅଗ୍ନିରୁ ଜାତହେଲେ ଏକ ଦେବୀମୂର୍ତ୍ତୀ । ସେ ଦେବତାମାନଙ୍କୁ ସେମାନଙ୍କ ଦୁର୍ଗତିରୁ ରକ୍ଷାକରିବାକୁ ପ୍ରତିଶ୍ରୁତି ଦେଲେ । ଏଇ ଆର୍ବିଭୂତା ଦେବାତାମାନଙ୍କୁ ଦୁର୍ଗତିରୁ ରକ୍ଷାକରିଥିବାରୁ ବ୍ରହ୍ମା ତାଙ୍କ ନାମ ଦେଲେ ଦୁର୍ଗା ।
ଏଦୁର୍ଗା ରତ୍ନଗିରି ଶିଖରେ ଅବସ୍ଥାନ କଲେ । ମୃଗୟାରେ ଯାଇଥିବା ମହିଷାସୁରର ଦୁଇ ସେନାଧ୍ୟକ୍ଷ ଚଣ୍ଡ ଓ ମୁଣ୍ଡ ତାଙ୍କୁ ଆବିଷ୍କାର କରି ଏକଥା ତାକୁ ଜଣାଇଲେ । ମହିଷାସୁର ତାଙ୍କୁ ବଳପୂର୍ବକ ଟାଣି ଆଣିବାକୁ ନିର୍ଦ୍ଦେଶ ଦେଲେ । ହେଲେ ଦେବୀ କହିଲେ ଯେ ସେ କେବଳ ମହିଷାସୁର ସେଠିକୁ ଗଲେ ତା ସହିତ ଯିବେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ତାଙ୍କୁ ଟଣାଟଣି କରନ୍ତେ ସେ ତାକୁ ବାଧ କଲେ । ଏହାପରେ ଗଲେ ଶୁମ୍ଭ ନିଶୁମ୍ଭ । ଦେବୀ ତାଙ୍କୁ ତ୍ରୀଲୋକ ମୋହିନୀ ରୂପ ଦେଖାଇ ବଶୀଭୂତ କରାଇଦେଲେ ଏବଂ ତାଙ୍କ ନିଜର ହେବା ଆଳରେ କପଟ କରି ସେମାନଙ୍କ ମୃତ୍ୟୁଭେଦ ପାଇ ଯୋଦ୍ଧାଙ୍କ ସହ ଅସଂଖ ଅସୁରମାନଙ୍କୁ ପଠାଇଲା । ଦେବୀ ଏହ।।ଦଖି ନିଜ ଦେହରୁ ଚଉଷଠୀ ଯୋଗିନୀ, ନବକୋଟି କାତ୍ୟାୟନୀ ଏବଂ ଅସୁମାରୀ ଶେଣେହା ସୃଷ୍ଟିକରି ଯୁଦ୍ଧକ୍ଷେତ୍ରକୁ ପଠାଇଲେ । ବୋଧହୁଏ ପୁରାଣମତେ ଏହା ବିପରୀତ ଲିଂଗ ଓ ଶକ୍ତିମଧ୍ୟରେ ସୃଷ୍ଟିର ପ୍ରଥମ ଯୁଦ୍ଧ । ଏମାନେ ସମସ୍ତେ ଧ୍ୱଂସ ହୋଇଗଲେ ।
ଏବେ ମହିଷାସୁର ତା’ ସାରଥି ଧୂମ୍ରଲୋଚନକୁ ଧରି ସୂର୍ଯ୍ୟକେତୁ ରଥରେ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେଲା । ଘମାଘୋଟ ଲଢେଇ ଚାଲିଲା । ଦେବୀଙ୍କ ଆଦେଶମତେ ନିଜ ଦେହରୁ ସୃଷ୍ଟି ଡାକିନୀ ଧୁମ୍ରଲୋଚନଙ୍କ ୁ ଏବଂ ଭୂଆଷୁଣୀ ସୂଯ୍ୟକେତୁ ରଥକୁ ଗିଳିଦେଲେ । ଅଧୁନା ମହିଷାସୁର ଏକା । ଦେବୀ ତା ଶିର ଛେଦନ କଲେ । ସେଥିରୁ ପୁନଃ ଶିର ସୃଷ୍ଟି ହେଲା । ଶେଷରେ ଦେବୀ ତା ବକ୍ଷଉପରେ ପଦରଖି ତ୍ରିଶୂଳ ବାନ୍ଧିଲେ । ତଥାପି ସେ ତ୍ରିଶୂଳ ସହ ମହିଷାସୁର ଦେବୀଙ୍କୁ ଧରି କ୍ଷୀରସାଗରରେ ବୁଡିଗଲା । ଏହାପରେ ଦେବୀ ନିଜ ଦେହରୁ ସର୍ବମଂଗଳାଙ୍କୁ ସୃଷ୍ଟିକଲେ । ସର୍ବମଂଗଳା ଏକ ‘ାଶଦ୍ୱାରା ତାକୁ କୂଳକୁ ଟାଣିଆଣିଲେ । ଏଥର ଆଦ୍ୟାଶକ୍ତି ଭାଗବତୀ ମହାଚାମୁଣ୍ଡା ରୂପ ଧାରଣ କଲେ ଏବଂ ଏହାର ଦର୍ଶନମାତେ୍‌୍ର ମହିଷାସୁର ହୀନବଳ ହୋଇଗଲା । ଏଥର ସେ ଅନାୟସରେ ମୃତ୍ୟୁବରଣ କଲା । ଏହି ଦିନଟି ଥିଲା ଆଶ୍ୱିନଶୁକ୍ଲପକ୍ଷ ଦଶମୀ ।
ସେହି ପୁରାଣ ମତେ ଜଣାଯାଏ ଯେ, ତ୍ରେତୟ ଓ ଦ୍ୱାପର ଯୁଗରେ ଯଥାକ୍ରମେ ରାମଚନ୍ଦ୍ର ତାଙ୍କ ଲଙ୍କ ବିଜୟ ପୂର୍ବରୁ ଏବଂ ପାଣ୍ଡବମାନେ ତାଙ୍କ ଯୁଦ୍ଧ ବିଜୟ ପୂର୍ବରୁ ଏହି ଦିବସରେ ପୂଜାର୍ଚ୍ଚନ କରିଥିଲେ । ରାମଚନ୍ଦ୍ର ଲଙ୍କା ବିଜୟ ଏହି ଦଶମୀ ଦିନ କରଥିବାରୁ ଏହି ଦିବସଟିକୁ ବିଜୟ ଦଶମୀ କୁହାଯାଏ । ଅନେକ ମତରେ ଏ ପୂଜା ଦଶଦିନ ଧରି ଚାଲିଥିବା ହେତୁ କିମ୍ବା ରାମ ଦଶ।।।।ାଶିର ରାବଣକୁ ହତ୍ୟା କରିଥିା ହେତୁ ଅଥବା ଏହି ଦିବସରେ ଦେବୀଙ୍କୁ ଆରାଧନା କରି ଦଶଦୋଷ କରିଥିବା ପାପରୁ ମୁକ୍ତି ପାଉଥିବା ହେତୁ ଏହାକୁ ବି ‘ଦଶହରା’ କୁହନ୍ତି ।
ଅନେକ ଦୃଷ୍ଟିରୁ ଏ ଦିବସର ତାତ୍ପର୍ଯ୍ୟ ରହିଛି । ଏହି ଦିବସରେ ପାର୍ବତୀ ନିଜ ପିତ୍ରାଳୟକୁ ଗମନ କରନ୍ତି ଏହିଦିନ ସୋମନାଥ ବ୍ରତ ଆରମ୍ଭ ହୁଏ । ମୋଟ ଉପରେ ଶକ୍ତି ସଂପର୍କୀତ ଅନେକ କିଛି ଏହିଦିନ ହିଁ ହୋଇଥାଏ ।
ତେବେ ଯାହା ହେଉ ଏହିପରି ଯୁଗେ ଯୁଗେ ଆସୁରୀକ ଶକ୍ତି ଉପରେ ଏ ଦୈବୀଶକ୍ତିର ଜୟ ଘଟିଛଇ । ଏ ମେଦିନୀ ଯେତେବେଳେ ଦୁଃଖଭାରରେ ଅତିଷ୍ଠ ହୋଇପ୍ଣଙ୍ଗ, ସେତେବେଳେ ସେ ଆଦ୍ୟାଶକ୍ତି ଅରୂପରୁ ରୂପନେଇ ଏବଂ ଅସୀମରୁ ସୀମାକୁ ଆସି ଆମରି ଗହଣରେ ପ୍ରବେଶ କରନ୍ତି । ନିଜେ ଅଥବା କାହାକୁ ଶକ୍ତି ପ୍ରଦାନ କରି ଦସ୍ୱ୍ମୃ ସଂହରନ୍ତି । କେତେବେଳେ ସେ ପାଳନକୁ ଗଂଗାହୋଇ ଜ୍ରେଷ୍ଠ ଶୁକ୍ଲଦଶମୀରେ ଅବତୀର୍ଣ୍ଣ ହୁଅନ୍ତି ତ, କେତେବେଳେ ଦୁର୍ଗା ହୋଇ ସେ ରକ୍ଷାକର୍ତ୍ତା ସାଜନ୍ତି ଆଶ୍ୱିନ ଶୁକ୍ଲଦଶମୀରେ । ସତରେ ଏ ଆଦ୍ୟାଶକ୍ତିର କରୁଣା ଏବଂ ଗୁଣାବଳୀର ପଟ୍ଟାନ୍ତର ନାହିଁ । ରବିନ୍ଦ୍ର ନାଥ ଟାଗୋରଙ୍କ ଭାଷାରେ :
“ ଅରୂପା ତୁମାର୍ ରୂପେର ଲୀଳାୟ
ଜାଗେ ହଞଦୟ ପୁର୍‌
ଆମାର ମଧ୍ୟେ ତୋମାର ଶୋଭା
ଏମନ୍ ସୁମଧୁର ।”
ଏହି ଦିବସଟି ଦୁଃଖ ନିବାରଣ ଏବଂ ଶୁଭାଶୁଭର ଅନୁକୂଳର ଦିବସବୋଲି କ୍ଷତ୍ରୀୟମାନେ ଏହି ଦିବସରେ ସେମାସଙ୍କର ଅସ୍ତ୍ରଶସ୍ତ୍ର ପୂଜା କରନ୍ତି: ପାଟକଜାତିମାନେ ସେମାନଙ୍କର ସାଜ ଏବଂ କରଣମାନେ ସେମାନଙ୍କର ଲେଖନୀ ଏବଂ ଅନ୍ୟମାନେ ସଂରଜାମ ପୂଜା କରି ଶୁଭାନୁକୂଳ କରନ୍ତି ।
ସତରେ ମାର କରୁଣା ଅପାର । ଧନ୍ୟ ସେ ମା’ । ତା’ ପାଦତଳେ କୋଟି କୋଟି ପ୍ରଣାମ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ