ଶକ୍ତି ବିଭାଗର ୯ଟି ଅନଲାଇନ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶକ୍ତି ବିଭାଗର ନଅଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅନଲାଇନ୍ ସେବାଗୁଡିକ ଏକକ ପ୍ଲାଟଫର୍ମ ସହିତ ସଂଯୁକ୍ତ କରାଯାଇଛି । ଉପଭୋକ୍ତାମାନେ edistrict.odisha.gov.in ଏବଂ eicelectricityodisha.nic.in ରେ ଏହାର ସୁବିଧା ନେଇପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନଙ୍କୁ ମୁକ୍ତ ସେବା ଯୋଗାଇବା ତାଙ୍କ ସରକାରଙ୍କ ସର୍ବଦା ପ୍ରାଥମିକତା ଅଟେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏଭଳି ପରିବର୍ତନ ଆଣିବାକୁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଏହି ଅନଲାଇନ୍ ସେବା ଆମ ରାଜ୍ୟର କୁଶଳୀ ବୈଦ୍ୟୁତିକ କର୍ମଜୀବୀ ବ୍ୟତୀତ ଶିଳ୍ପ, ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଲାଭଦାୟକ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ