ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ଦିନ ସ୍ଥାନୀୟ ଜର୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶଙ୍କ ସଭାପତିତ୍ବରେ ଶକ୍ତି ସଂରକ୍ଷଣ ପାଇଁ ଛାତ୍ର ମାନଙ୍କଠାରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବିରାଟ ପଟୁଆର ଜର୍ଜ ହାଇସ୍କୁଲ ପରିସରରୁ ବାହାରି ନଗର ପରିକ୍ରମା କରିଥିଲେ ।ଛାତ୍ର ମାନେ କ୍ରୀଡା ଶିକ୍ଷକ ଶ୍ରୀ ହରିଶ ପାତ୍ର ଙ୍କ ନେତୃତ୍ୱରେ ପ୍ଲା କାର୍ଡ ମାଧ୍ୟମରେ ଲୋକଙ୍କୁ ଅଯଥା ଶକ୍ତି ଅପଚୟ ନ କରିବା ପାଇଁ ସଚେତନ କରିଥିଲେ ।ଠିକ୍ ସେହିଭଳି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୪ ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶଙ୍କ ଅଧ୍ୟକ୍ଷତା ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ସୁରେଶ କୁମାର ଦାଶ ଙ୍କ ନେତୃତ୍ୱରେ ଭିନ୍ନକ୍ଷମ ମାନଙ୍କୁ ଅଯଥା ହଇରାଣ ହରକତ ନ କରି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବା ପାଇଁଁ ଛାତ୍ର ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଶପଥ ଗ୍ରହଣ କରାଯାଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟ ସଚେତନାତ୍ମକ କାର୍ଯ୍ୟକ୍ରମକୁ ସଫଳ କରିବା ରେ ସକ୍ରୀୟ ସହଯୋଗ କରିଥିଲେ ।ଏଥିରେ ସମସ୍ତଙ୍କ ସହଯୋଗ ରହିଥିବାରୁ ଏବଂ କାର୍ଯ୍ୟକ୍ରମ ଗୁଡିକୁ ସଫଳ କରିଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ