ଶକ୍ତି ସଂରକ୍ଷଣ ସମ୍ପର୍କିତ କୁଇଜ଼ ପ୍ରତିଯୋଗିତା
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଚିକିଟିଗଡ଼ ସ୍ଥିତ ରାଜ କବିରାଧl ମୋହନ ବିଦ୍ୟପୀଠରେ ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରାୟ 150ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇ କୁଇଜ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ନୂଆପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଦୀପ୍ତ ପଣ୍ଡା,ପିତାତଳି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଗଣେଶ ପଣ୍ଡା ଓ ଚିନ୍ମୟୀ ବେଜ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ମନୋନୀତ ହୋଇଥିବା ବେଳେ ଏ. ବି. ଓ ସିମାଞ୍ଚଳ ପଣ୍ଡା,ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଧୀର କୁମାର ପ୍ରଧାନ, ସହକାରୀ ଶିକ୍ଷକ ତ୍ରିପତି ପ୍ରଧାନ, ଶିକ୍ଷୟିତ୍ରୀ ଅନୁପମା ବେହେରା,ବିଷ୍ଣୁ ପ୍ରିୟା ଶlସମାଲ ଓ ରେଣୁ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l