ଶକ୍ତି ହରାଉଛି ବିଜେଡି ନେତା ଓ କର୍ମୀ ବିଜେପି ମୁହାଁ

ପୋଲସରା,(ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀରେ ଶକ୍ତି ହରାଉଛି ବିଜେଡି । ପାଣ୍ଡିରିପଡା ପଞ୍ଚାୟତ ସରପଞ୍ଚ ସମେତ ଶତାଧିକ କର୍ମୀ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ପୋଲସରା ନିର୍ବାଚନ ମଣ୍ଡଳୀର ପ୍ରସିଦ୍ଧ ଶକ୍ତି ପୀଠ ମାଁ ସିଂହସନିଙ୍କ ମନ୍ଦିର ପରିସରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତରେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାଣ୍ଡିରିପଡ଼ା ପଞ୍ଚାୟତର ସରପଞ୍ଚ ରଘୁନାଥ ଭୂୟାଁଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହି ଆଦିବାସୀ ବହୁଳ ଅଞ୍ଚଳର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ ମନ୍ତ୍ରୀ ଶ୍ରୀ ମଳିକ। ଧନେଇ ଜଳ ଭଣ୍ଡାରର ଜଳ ଧାରଣ ବୃଦ୍ଧି କରିବା, ଦୋସିଙ୍ଗ ଓ ଚାଞ୍ଚରା ଗ୍ରାମକୁ ରାସ୍ତା ନିର୍ମାଣ ପ୍ରଭୃତି ଯୋଜନା ରାଜ୍ୟ ବିଜେପି ସରକାର ହାତକ୍ଜ ନେଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ପାଣ୍ଡିରିପଡା ପଞ୍ଚାୟତର ୨୬ ଗୋଟି ଗ୍ରାମର ବିକାଶ ନେଇ ଚିନ୍ତା କରିଥିବା ପ୍ରକାଶ କରିଥିଲେ ମନ୍ତ୍ରୀ ଶ୍ରୀ ମଳିକ। ଆଦିବାସୀ ବହୁଳ ପାଣ୍ଡିରିପଡା ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ରାତ୍ରରେ ମୋବାଇଲ ଆଲୁଅରେ ଖଟୁଳିରେ ବୋହି ଆଣିବା ଖବର ଜାଣିବା ପରେ ମନ୍ତ୍ରୀ ମହୋଦୟଙ୍କ ପାଣ୍ଡିରିପଡା ପଞ୍ଚାୟତର ଉନ୍ନତି ପାଇଁ ଅଣ୍ଟା ଭିଡିଥିବା ଜଣାପଡିଛି। ମିଶ୍ରଣ ପର୍ବରେ ବରିଷ୍ଠ ନେତା ପୀତବାସ ପ୍ରଧାନ, ପୂର୍ବତନ ସରପଞ୍ଚ କୈଳାଶ ମହାରଣା, ଦଣ୍ଡପାଣି ନାୟକ, ରବିନ୍ଦ୍ର ନାୟକ, ବିପ୍ରଚରଣ ପ୍ରଧାନ, କୈଳାସ ପ୍ରଧାନ, କାଳୁ ସାହୁ, ବିଦ୍ୟାଧର ନାୟକ, ଧର୍ମେନ୍ଦ୍ର ଗୁରୁ, ଇଶ୍ଵର ପ୍ରଧାନ, ଲାବନ୍ୟ ବେହେରା, ବସନ୍ତ କୁମାର ବିଷୋୟୀ, ଶିବରାମ ବିଷୋୟୀ, ସୂର୍ଯ୍ୟ ବିଷୋୟୀ, ସମିତି ସଭ୍ୟା ଶ୍ରୀମତୀ ବିଷୋୟୀ, ସମେତ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ। ଏହି ସମୟରେ ଯୁବ ନେତା ମନୋଜ କୁମାର ଖଟୁଆ, ସତ୍ୟନାରାୟଣ ସାହୁ, ରଘୁନାଥ ପ୍ରଧାନ, ଭଗବାନ ସାହୁ, ସୁରେନ୍ଦ୍ର ପ୍ରଧାନ, ମହେଶ୍ୱର ପରିଡ଼ା, ରଘୁନାଥ ପଣ୍ଡା, ଦିପକ ପୋଲାଇ, କାମ୍ପ ବଢେଇ ସମେତ ଅନ୍ୟ ବିଜେପି କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ