ଶଗଋ ଦଣ୍ଡା ବିକ୍ରିକୁ ନେଇ ଦୁଇଭାଇଙ୍କ ମଧ୍ୟରେ ମାରପିଟ୍, ଜଣେ ଗିରଫ

ବୋଲଗଡ଼ (ଯୁଗାବ୍ଦ ନ୍ୟୁଜ୍‍):ବୋଲଗଡ ଥାନା ଖଙ୍ଗୁରିଆ ପଞ୍ଚାୟତ ଅନ୍ତର୍ଗତ ସଂପୁର ଗ୍ରାମର ଟିମ ଜେନାଙ୍କ ସାନପୁଅ ନବିନ ଜେନା ଘରର ଏକ ଶଗଡ ଦଣ୍ଡା ବିକ୍ରି କରି ମଦ ପିଇ ଦେଇଥିବାରୁ ବଡଭାଇ ରାମ ଏହାକୁ ବିରୋଧ କରିଥିଲେ । ଯାହାଫଳରେ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତି ତର୍କରୁ ହାତା ହାତି ପର୍ଯ୍ୟନ୍ତ କଥାଯାଇଥିଲା । ସାନ ଭାଇ ନବ ଏକ କଟୁରୀରେ ବଡଭାଇ ରାମଙ୍କ ମୁଣ୍ଡକୁ ହାଣିଦେବାରୁ ସେ ଗୁରୁତର ଆହତ ହୋଇ ଶୁକ୍ରବାର ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ରାମ ଜେନାଙ୍କ ପତ୍ନୀ ମଞ୍ଜୁ ଦିଅର ନବୀନ ନାମରେ ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରି ନବୀନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ