ଶଗଡା ପଞ୍ଚାୟତ ମନେରେଗା ଟଙ୍କା ହଡପ ଅଭିଯୋଗ
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ କାର୍ଯ୍ୟାଳୟରୁ ମାତ୍ର ୧୭ କିମି ଦୂରରେ ଅପହଞ୍ଚ ଦୁର୍ଗମ ବରଡାପଡା ଗାଁ ବାସୀ, ମନରେଗା ମାଧ୍ୟମରେ ପ୍ରତିବର୍ଷ ଦୁଇ ପଟୁ ରାସ୍ତା କାମ ଅଧାରେ ଲକ୍ଷ ଲକ୍ଷ ହଡ଼ପ ହୁଏ। ଟଙ୍କା ସରିଗଲା କହି ଅଧାରୁ କାମ ବନ୍ଧ କରିଦିଅନ୍ତି।ପୁଣି ବର୍ଷା ଋତୁରେ ଖଟିଆ ବୁହା, ଦେଖନ୍ତୁ ମୋରମ ମେଟାଲ ରାସ୍ତାର ଦୃଶ୍ୟ। ମୋରମ ବିଞ୍ଛି ପଥର ଫିଙ୍ଗା ହେଲା ଭଲି , ଆଗରୁ ଭଲଥିଲା ଏବେ ସାଇକେଲ ଟେ ମଧ୍ୟ ଚାଲିବା କଷ୍ଟକର। ଏ ଚିତ୍ର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଶଗଡା ପଞ୍ଚାୟତର ତଲଚୁରାପଡାର ବରଡାପଡା ଗାଁ, କାହିଁ କେଉଁ ପୁର୍ବକାଲରୁ ୧୪ ଆଦିବାସୀ ପରିବାର ବସବାସ କରନ୍ତି। ହଁ ବିଜୁଳି ସୁବିଧା ପହଞ୍ଚ , ନଳକୂପ ଟିଏ ମଧ୍ୟ ଅଛି, ହେଲେ ଗାଁକୁ ଯିବାପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ହେଲେ ଗାଁ ରାସ୍ତା ପାଇଁ ଦୁଇ ପଡୁ ଜଙ୍ଗଲିଆ ଆବଡା ଖାବଡା ମାଟି ରାସ୍ତା।ପ୍ରତିବର୍ଷ ଳକ୍ଷ ଳକ୍ଷ ଟଙ୍କା ଖର୍ଚ୍ଚ କରି ଏମିତି ଦେଖୁନାହାନ୍ତି ଦୁର୍ବଲିଆ କରି ବିଲ୍ ହଡପ।ଏବର୍ଷ ମଧ୍ୟ ୯ଳକ୍ଷ ୯୮ ହଜାର ୯୭୯ ଟଙ୍କା ଆର୍ଥିକ ଅନୁଦାନରୁ କାମ ଚାଲିଛି।ହେଲେ ରାସ୍ତା ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ନୁହେଁ। ଗ୍ରାମବାସୀ ଙ୍କ କହିବା ଅନୁସାରେ ଅଧାପନ୍ତରିଆ କରି ଛାଡ଼ିଦେବ ଠିକାଦାର ଆଉ କହିବ ଟଙ୍କା ସରିଗଲା।ଏଭଳି ପ୍ରତିବର୍ଷ ଦୁଃଖ ଭୋଗୁଛୁ।ଗ୍ରାମବାସୀ ବିଭିନ୍ନ ସମୟରେ ଅଭିଯୋଗ କରିଥାନ୍ତି। ହେଲେ କେହି ଶୁଣନ୍ତି ନାହିଁ, ଖଟିଆ ବୁହା ପ୍ରତିବର୍ଷ ଜାରି ରୁହେ।ଜଙ୍ଗଲିଆ କଚ୍ଚା ରାସ୍ତା ହିଁ ଭାଗ୍ୟ ବୋଲି କୁହନ୍ତି।ଏହି ରାସ୍ତା ନିର୍ମାଣ ପ୍ରତି ବର୍ଷ ଠିକାଦାର ଜେଇ, ସରପଞ୍ଚ,ପିଇଓ ମିଲିମିଶି ହଡପ କରିଦିଅନ୍ତି। ଯେମିତି ସେମିତି ଏବର୍ଷ କାମ , ଆସନ୍ତା ବର୍ଷରେ ମଧ୍ୟ ରାସ୍ତା ରେ ପ୍ଳାନ ଦେଇ ଲୁଟିହେବ।ବିନା ରୋଏଲଟି ରେ ପାହାଡ଼ ର ମାଟି କାଢି ରାସ୍ତା ରେ ପକାଉଛନ୍ତି। ପ୍ରତିବର୍ଷ ମନରେଗା ମାଧ୍ୟମରେ କାମ ହୁଏ, କିନ୍ତୁ କେବେ ମଧ୍ୟ ଭଲ ମାଟି ରାସ୍ତା ଟିଏ ମଧ୍ୟ ତିଆରି ହୁଏ ନାହିଁ l ଚବିଶ ବର୍ଷ ଶାସନ କ୍ଷମତାର ଅପବ୍ୟବହାର, ମନରେଗା ହରିଲୁଟ ପରେ ମଧ୍ୟ ଦୁର୍ଗମ ଅଞ୍ଚଳରେ ମନରେଗା କାମ କୁ ଦୁଆଗାଇ ଭଲି ଲୁଟରାଜ ମଚେଇଛନ୍ତି।