ଶଙ୍କରାଖୋଲ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲାର ଶଙ୍କରାଖୋଲ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା । ଖରିଫ ଧାନ ସଂଗ୍ରହ କରିବା ପାଇଁ ଶଙ୍କରାଖୋଲ ଗ୍ରାମକୁ ସରକାରଙ୍କ ଟାର୍ଗେଟ ୪୫୦୦ କ୍ୱିଣ୍ଟାଲ ଦିଆଯାଇଥିବା ବେଳେ ଆଶାନୁରୂପେ ପୂରଣ ହେଲାପରି ଦେଖାଯାଉନାହିଁ । କାରଣ ୨୦୨୧ ବର୍ଷର ବର୍ଷାର ଅଭାବ ସହ ଚାଷୀ ଡେରିରେ ଧାନ ଲଗାଇଥିବା ଯୋଗୁଁ ଭଲ ଧାନ ଚାଷ ହୋଇପାରି ନାହିଁ ବୋଲି ଚାଷୀମାନେ କହିଛନ୍ତି । ଯାହାବି ଚାଷ ହୋଇଥିଲା କିଛିଦିନ ତଳେ କୁଆପଥର ବର୍ଷା ହେବା ଯୋଗୁ ଧାନ ସବୁ ଝଡି ବିଲରେ ପଡ଼ି ରହିଲା । ଚାଷୀ ମୁଣ୍ଡରେ ହାତଦେଇ ସରକାରଙ୍କ ଠାରୁ କ୍ଷତିପୂରଣ ପାଇଁ ଆଶା ବାନ୍ଧି ବଞ୍ଚି ରହିଛନ୍ତି । ଏହି ଲ୍ୟାମ୍ପସ ଖୋଲିବା ସମୟରେ ଆର ସିଏସ ଫୁଲବାଣୀ ସର୍କଲର ପାଣୁ ଚରଣ ସାହୁ, ଶଙ୍କରଖୋଲ ଲ୍ୟାମ୍ପ ଆଡମିନଷ୍ଟେଟର ତଥା ସଭାପତି ସିତେଶ ରଞ୍ଜନ ଦାସ, ଶଙ୍କରାଖୋଲ ଏମଡି ସୁଶାନ୍ତ କୁମାର ବେହେରା, ଟିକାବାଲି ପିକରଡିର ମିଲର ବିନୋଦ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ