ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ଯାଜପୁରରେ ରାଜ୍ୟସ୍ତରୀୟ ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଯାଜପୁର ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀସନ୍ତୋଷ କୁମାର ସେଠୀ ଯୋଗ ଦେଇ ସଂସ୍କୃତ ଭାଷା ସମସ୍ତ ଭାଷାର ଜନନୀ, ଏହାର ଆଦୃତି ଓ ସୁରକ୍ଷା ପାଇଁ ଶଙ୍କରାଚାର୍ଯ୍ୟଙ୍କ ଅବଦାନ ଚିର ସ୍ମରଣୀୟ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଡ଼ ସୂର୍ଯ୍ୟମଣି ଖୁଣ୍ଟିଆଶଙ୍କରାଚାର୍ଯ୍ୟଙ୍କ ରଚିତ ପ୍ରତ୍ୟେକ କୃତିକୁ ସମସ୍ତେ ବିଶେଷ କରି ସଂସ୍କୃତ ଶିକ୍ଷକ ମାନେ ପଠନ କରିବା ସହ ପ୍ରାଚୀନ ଲେଖା ଗୁଡ଼ିକର ଉପଯୁକ୍ତ ତର୍ଜମା ଓ ତଥ୍ୟପୂର୍ଣ୍ଣ ରଚନା ପ୍ରକାଶନ ପାଇଁ ଅନୁରୋଧ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଡ଼ ଜ୍ଞାନ ରଞ୍ଜନ ପତି ମାନବୀୟ ମୂଲ୍ୟବୋଧ ଶିକ୍ଷା ସଂସ୍କାରର ମୂଳପିଣ୍ଡ ଭାବେ ଶଙ୍କରାଚାର୍ଯ୍ୟଙ୍କୁ ବର୍ଣ୍ଣନା କରି ମାତ୍ର ୧୨ବର୍ଷ ବୟସରେ ସେ ସମସ୍ତ ବେଦଶାସ୍ତ୍ର ଅଧ୍ୟୟନ ସହ ଜୀବଦ୍ଦସାରେ ଅନେକ ଉପାଦେୟ ଲେଖା ସମାଜକୁ ଉପହାର ଦେଇଛନ୍ତି ବୋଲି କହିଥିଲେ । ସଂଘର ସଭାପତି ଡ଼ ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ପ୍ରଭାକର ପ୍ରଧାନ ଅତିଥି ପରିଚୟ, ସମ୍ପାଦକ ଶରତ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଡ଼ ଜ୍ଞାନରଞ୍ଜନ ପତିଙ୍କ ଦ୍ୱାରା ରଚିତପୁସ୍ତକ ‘ରାଘବ ଯାଦବୀୟମ୍‌’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ପୁସ୍ତକକୁ ସମୀକ୍ଷା କରି ଶିକ୍ଷକ ସଂଘର ରାଜ୍ୟ କୋଷାଧ୍ୟକ୍ଷ ଡ଼ ବିଷ୍ଣୁ ଚରଣ ରାଉତ, ଅନୁଲୋମ ବିଲୋମ ପ୍ରକ୍ରିୟାରେ ରଚିତ ଏହି ପୁସ୍ତକ ଉଭୟ ରାମ ଓ କୃଷ୍ଣଙ୍କ ଚରିତକୁ ଓଡ଼ିଆ, ସଂସ୍କୃତ ଓ ଇଂରାଜୀ ଭାଷାରେ ବର୍ଣ୍ଣନା କରାଯାଇଛି ବୋଲି କହିଥିଲେ । ଶେଷରେ ପଣ୍ଡିତ ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ