ଶଙ୍କର ନେତ୍ରାଳୟ ତରଫରୁ ଡ୍ରାଇଭରଙ୍କ ଚକ୍ଷୁ ପରୀକ୍ଷା ଶିବିର

ପାତ୍ରପୁର,(ପୁଷ୍ପାଞ୍ଜଳି ମିଶ୍ର):ଓଡିଶା ଡ୍ରାଇଭର ମହାସଂଘ ପାତ୍ରପୁର ବ୍ଲକ ଶାଖାର ଡ୍ରାଇଭରଙ୍କ ଏକଚକ୍ଷୁ ଚିକିତ୍ସା ଶିବିର ରବିବାର ପାତ୍ରପୁର ବ୍ଲକ ଚୁଡ଼ିଆଲାଞ୍ଜି ନିକଟସ୍ଥ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ସମରଝୋଳ ନିକଟସ୍ଥ ଶଙ୍କର ନେତ୍ରାଳୟ ତରଫରୁ କେବଳ ଡ୍ରାଇଭରଙ୍କ ଚକ୍ଷୁ ପରୀକ୍ଷା ଓ ଚକ୍ଷୁରୋଗ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଶିବିରରେ ଶତାଧିକ ଡ୍ରାଇଭର ସେମାନଙ୍କ ଚକ୍ଷୁ ପରୀକ୍ଷା କରିଥିବା ବେଳେ ଅନେକଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା । ଶିବିରରେ ଶଙ୍କର ନେତ୍ରାଳୟ ତରଫରୁ ଚିତ୍ରସେନ ଗୌଡ଼,ସାଗର ମହାନ୍ତି,ରିତିକ ବର୍ଦ୍ଧନ,ଚାନ୍ଦିନୀ ସାବତ ଓ ବସନ୍ତ କୁମାର ନାହାକ ପ୍ରମୂଖ ଚକ୍ଷୁ ପରୀକ୍ଷାରେ ସହଯୋଗ କରିଥିଲେ । ପାତ୍ରପୁର ବ୍ଲକ ଡ୍ରାଇଭର ମହାସଂଘର ସଭାପତି ସନ୍ତୋଷ କୁମାର ସେଠୀ, ଉପସଭାପତି କୃଷ୍ଣ ଚୌଧୁରୀ, ପ୍ରଶାନ୍ତ ବେହେରା,ଲାଲୁ ସାହୁ, କୁମୁଦ ରଞ୍ଜନ ପ୍ରଧାନ, ଅଲେଖ ସାହୁ, ପିତାମ୍ବର ସାହୁ ପ୍ରମୁଖଙ୍କ ସହ ସମସ୍ତ କର୍ମକର୍ତ୍ତା ଓ ଅଧିକାଂଶ ସଦସ୍ୟ ଉପସ୍ଥିତ ରହି ନିଜର ଚକ୍ଷୁ ପରୀକ୍ଷା ସହ କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ