ଶଙ୍ଖଣା ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତ ଶଙ୍ଖଣା ଗ୍ରାମରେ ଗତ୧୧ତାରିଖ ଦିନ ଘଟିଥିବା ଅଗ୍ନିକାଣ୍ଡର ବିପନ୍ନ ପରିବାରକୁ ବିଧାୟକ ଭାଗିରଥି ସେଠୀ ସହାୟତା ଯୋଗାଇ ଦେଇଛନ୍ତି । ଏହି ଅଗ୍ନିକାଣ୍ଡରେ କନ୍ଦା ହୋ, ଏବଂ ଶୁଭଦ୍ର୍ରା ହୋଙ୍କ ୩ବଖରା ଘର ଭଷ୍ମୀଭୁତ ହୋଇଯିବା ସହିତ କେବଳ ପିନ୍ଧା ବସ୍ତ୍ର ଖଣ୍ଡିକ ବ୍ୟତୀତ ଆଉ କିଛି ବାହାରି ପାରିନଥିଲା । ଆଜି ମଧ୍ୟାହ୍ନରେ ବିଧାୟକ ଭାଗିରଥି ସେଠୀ ବିପନ୍ନଙ୍କ ପରିବାର ନିକଟରେ ପହଞ୍ଚି ସେମାନଙ୍କୁ ଲୁଗାପଟା, ଚାଉଳ, ଡାଲି, ପନିପରିବା ଦେବାସହ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ବିଧାୟକଙ୍କ ସହିତ ପଞ୍ଚାୟତ ବିଜେଡି ସଭାପତି ପବିତ୍ର ମୋହନ ପେଡା, ବସନ୍ତ କୁମାର ପଢ଼ିଆରୀ, ଫେତୁ ପଣ୍ଡା, ରବିନ୍ଦ୍ର କୁମାର ସାହୁ, ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ପ୍ରଦୀପ କୁମାର ଜେନା, ବସନ୍ତ କୁମାର ସାହୁ, ପିଣ୍ଟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିପନ୍ନ ପରିବାରକୁ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇଦେବାପାଇଁ ସେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ