ଶଙ୍ଖଣା, ତେନ୍ତୁଲିନଣ୍ଡାରେ ଏକର ଏକର ଜମିରେ ଅଜଣା ରୋଗ; ଚିନ୍ତାରେ ଚାଷୀ 

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ତେନ୍ତୁଲିନଣ୍ଡା, ଶଙ୍ଖଣା ଗ୍ରାମରେ ଅଜଣା ରୋଗ ଯୋଗୁଁ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ଏକର ଏକର ଧାନଗଛ ସବୁ ରୋଗଦ୍ୱାରା ନଷ୍ଟ ହୋଇଯାଇଛି । ଏହା ଜଳସେଚିତ ଅଞ୍ଚଳ ହୋଇଥିବାବେଳେ ଚଳିତବର୍ଷ ଧାନଚାଷ ଭଲ ଭଲ ହୋଇଥିଲା । ଏପରିକି ଭଲ ଅମଳ ହେବାର ମଧ୍ୟ ଆଶା କରାଯାଉଥିଲା । କିନ୍ତୁ ଅଜଣା ରୋଗ ଯୋଗୁଁ ଧାନଗଛର ପତ୍ରସବୁ ପୋଡି ନାଲି ପଡିଯାଉଥିବାବେଳେ ଗଛର ଚେର ମଧ୍ୟ ପଚିନଷ୍ଟ ହୋଇ ଯାଉଛି । ଅଭିଯୋଗ ହେବାପରେ କୃଷି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିଷେଷଜ୍ଞ ଦଳ ଆସି ଧାନକ୍ଷେତ ପରିଦର୍ଶନ କରି ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ଔଷଧ ଓ କୀଟନାଶକ ପ୍ରୟୋଗ ପାଇଁ ପରାମର୍ଶ ଦେବାପରେ ତାକୁ ବ୍ୟବହାର କରିଥିଲେ ମଧ୍ୟ କୌଣସି କାମଦେଉନି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଫଳରେ ଚଳିତବର୍ଷ ବିଲରୁ ବିହନ ପାଇବା କଷ୍ଟକର ହୋଇ ପଡିବ ବୋଲି ବୋଲି ଚାଷୀ ପ୍ରତାପ କୁଅଁର, ହେମନ୍ତ କୁମାର ନାୟକ, ଶରତ କୁମାର ପହି, ଶ୍ରୀଧର ପହି କମଳାକାନ୍ତ ନାୟକ, ବନମାଳି ନାୟକ, , ରମାକାନ୍ତ ପହି, ଭଗବାନ ଆୟଚ, ପୁର୍ଣ୍ଣଚନ୍ଦ୍ର ଆୟଚ, ବସନ୍ତ କୁମାର ମଲ୍ଲିକ, ଗୌରାଙ୍ଗ ମଲ୍ଲିକ, ଦୀନବନ୍ଧୁ ମଲ୍ଲିକ, ଦୟାନିଧି ମଲ୍ଲିକ, ଉଦୟ ମଲ୍ଲିକ, ମୋହନ ମଲ୍ଲିକ, କୁଳମଣି ମଲ୍ଲିକ, ବିଶ୍ୱନାଥ ମଲ୍ଲିକ, ପ୍ରାଣକୃଷ୍ଣ ମଲ୍ଲିକ, ଅଧିକାରୀ ନାୟକ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା କୃଷି ବିଭାଗ ପକ୍ଷରୁ ତୁରନ୍ତ ଚାଷୀ ମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ