ଶଙ୍ଖ ଧରିଲେ ସୁବାସ

ବରଗଡରୁ ଲୋକସଭା ଆସନ ପାଇଁ ଟିକେଟ ନପାଇ ଅସନ୍ତୋଷ ପ୍ରକାଶ କରିବା ସହ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ବିଜେପିର ବରିଷ୍ଠ ନେତା ସୁଭାଷ ଚୌହାନ । ପଦ୍ମ ଛାଡିବା ପରେ ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ସୁବାସ । ବିଜେଡିରେ ସାମିଲ ହେବାର କାରଣ ସ୍ପଷ୍ଟ କରି ସୁବାସ କହିଛନ୍ତି , ମୋତେ କୁରୁକ୍ଷେତ୍ରରେ ୨ଟି ଚରିତ୍ର ଦିଶୁଛି , ଗୋଟିଏ ଚରିତ୍ର ହେଲା ଯୁଧିଷ୍ଠୀରଙ୍କ ଏବଂ ଅନ୍ୟଟି ହେଲା ଅହଂକାରୀ ଦୁର‌୍ୟୋଧନର । ମୁଁ ନବୀନ ବାବୁଙ୍କୁ ଯୁଧିଷ୍ଠୀର ହିସାବରେ ଦେଖିଲି ଏବଂ ତାଙ୍କ ପକ୍ଷ ନେଲି । ଆଉ ଧର୍ମ ରୂପି ନବୀନବାବୁଙ୍କ ସହ ମିଶି ଅଧର୍ମୀ ତଥା ଅହଂକାରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢେଇ ଜାରି ରଖିବୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପିର ଦୁଇ ବରିଷ୍ଠ ନେତା ଗୈରିକ ଦଳ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି । ନିର୍ବାଚନ ସମୟରେ ଦଳଡ଼ିଆଁ ରାଜନୀତି ଅତି ସାଧାରଣ କଥା ହେଲେ ବି ପଦ୍ମ ଶିବିରରେ ଏହାର ଗଭୀର ପ୍ରଭାବ ପଡ଼ିବ । ଦିନକ ତଳେ ମୟୁରଭଞ୍ଜର ଟାଣୁଆ ନେତା ତଥା ବିଜେପିର ଉପସଭାପତି ରାଜକିଶୋର ଦାସ ଶଂଖ ଧରିଥିବା ବେଳେ ଆଜି ମିଶିଛନ୍ତି ବରଗଡ ବିଜେପିର ଟାଣୁଆ ନେତା ସୁବାସ ଚୌହାନ । ତେବେ ଦୁଇ ଟାଣୁଆ ନେତାଙ୍କୁ ହରାଇବା ପରେ ରାଜ୍ୟ ବିଜେପିର ସମୀକରଣ ଯେ କଣ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ