ଶତକ ମୁହାଁ ପିଆଜ ଦର ; ୭୫ ଛୁଇଁଲାଣି

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ୨ମାସ ପୂର୍ବରୁ ପିଆଜ କିଲୋ ପିଛା ଦର ୨୦ ଟଙ୍କା ରହିଥିଲା । ସେପ୍ଟମ୍ବର ମାସ ପହିଲା ବେଳକୁ କିଲୋ ପିଛା ଦର ୫ ଟଙ୍କା ବୃଦ୍ଧି ପାଇ ୨୫ ଟଙ୍କାରେ ପଂହଚିଥିଲା । ନିୟମିତ ସମୟ ବ୍ୟବଧାନରେ ଦର ବୃଦ୍ଧି ପାଇବା ସହ ବର୍ତମାନ ବଜାରରେ ପିଆଜ ଦର ୭୫ ଟଙ୍କା ରହିଛି । ମହାରାଷ୍ଟ୍ର ମଣ୍ଡିରେ ଯେଉଁଭଳି ଭାବେ ପିଆଜ ଦର ବଢିବାରେ ଲାଗିଛି ଆଗାମୀ ଦିନରେ ହିଞ୍ଜିଳିକାଟୁ ପରିବା ବଜାରରେ ଦର ସେଂଚୁରୀ ଛୁଇଁବ ବୋଲି ଆଶଙ୍‌କା ପ୍ରକାଶ ପାଇଛି । ବର୍ଷତମାମ ମହାରାଷ୍ଟ୍ରର ବିଭିନ୍ନ ମଣ୍ଡିରୁ ପିଆଜ ହିଞ୍ଜିଳିକାଟୁ ବଜାରକୁ ଆସୁଛି । ସେଠାରେ ଦର କମ୍ ବୃଦ୍ଧିର ପ୍ରଭାବ ହିଞ୍ଜିଳିକାଟୁ ବଜାର ଉପରେ ସିଧାସଳଖ ପଡ଼ୁଛି । ଗତ ଅଗଷ୍ଟ ମାସରେ ମହାରାଷ୍ଟ୍ରରେ ଭୀଷଣ ବର୍ଷା ଯୋଗୁଁ ପିଆଜ ଫସଲ ଉତ୍ପାଦନ ପ୍ରଭାବିତ ହୋଇଥିଲା । ଅମଳ କମ୍ ଯୋଗୁଁ ଦର ବୃଦ୍ଧି ଘଟିଥିଲା । ଏହି ପ୍ରକିୟା ବର୍ତମାନ ମଧ୍ୟ ଚାଲୁ ରହିଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଚାଷୀଙ୍କୁ ସ୍ୱାବାସି ଦେଇ ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ ଓ ପିଆଜକୁ ବାଦ ଦେବା ପରେ ଯୋଗାଣ ବିଭାଗ ମଧ୍ୟ ହାତବାନ୍ଧି ବସିଛି । ବିଭାଗ ପକ୍ଷରୁ ଦର ନିୟନ୍ତ୍ରଣ କରିବା ସକାଶେ କୌଣସି ପ୍ରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ନା ସୁଲଭ ମୂଲ୍ୟରେ ସାଧାରଣ ଖାଉଟିଙ୍କୁ ପିଆଜ ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି । ଏଥି ସକାଶେ ସାଧାରଣ ଖାଉଟି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଲେଣି । ପିଆଜ ଦର ଯେଉଁ ହାରରେ ବୃଦ୍ଧି ପାଉଛି, ରୋଷେଇ ଘରେ ପିଆଜର ବ୍ୟବହାରକୁ ସେହି ପରାିମାଣରେ କମାଇବାକୁ ବାଧ୍ୟ ହେଉଛନ୍ତି । ସେହିପରି ସ୍ଥାନୀୟ ପୌରାଂଚଳ ସମେତ ନିକଟସ୍ଥ ଅଂଚଳକୁ ପିଆଜ ଆମଦାନି କମିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ କିଛି ଦିନ ହେଲା ହିଞ୍ଜିଳିକାଟୁ ପରିବା ବଜାରକୁ ୩/୪ ଦିନ ଅନ୍ତରରେ ଗୋଟିଏ ଟ୍ରକ ପିଆଜ ଆସୁଛି । ତାହା ବି ପୁଣି ୨ ପ୍ରକାରର ପିଆଜ । ଛୋଟ ଓ ଛୋପାଛଡ଼ା ପିଆଜ ହୋଲସେଲ ଦର ୫୦ ଟଙ୍କା ରହିଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଭଲ ରକମର ପିଆଜ ଦର ହୋଲଦେଲରେ ୭୦ ଟଙ୍କା ରହୁଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ଦର ୭୫ରୁ ୮୦ ଟଙ୍କା ରହୁଛି । ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ଅଂଚଳରୁ ସଦ୍ୟ ଅମଳ ପରେ ଗାଢ ନାଲି ରଙ୍ଗର ଛୋଟ ପିଆଜ ସ୍ଥାନୀୟ ବଜାରରେ ବିକ୍ରି ହେଉଥିବା ବେଳେ ଏହାର ଦର କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ