ଶତବାର୍ଷିକୀ ଉତ୍ସବ ପାଳନ ପାଇଁ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳନ କମିଟିର ଦ୍ୱିତୀୟ ବୈଠକ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କମିଟିର ସଭାନେତ୍ରୀ ମିନାକ୍ଷୀ ସାହୁ ସଭାପତିତ୍ୱ କରି ଆଗାମୀ କାର୍ଯ୍ୟସୁଚୀ ଉପରେ ମତ ପ୍ରଦାନ କରିଥିଲେ । ସମ୍ପାଦିକା ଭାରତୀ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଯୋଗଦେଇ, ଉତ୍ସବ ମହାଆଡମ୍ବର ସହ ପାଳନ ନିମନ୍ତେ ପୁରାତନ ଛାତ୍ରୀଙ୍କ ଠାରୁ ଆର୍ଥୀକ ସହାୟତା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏହି ଅବସରରେ ଶିକ୍ଷୟତ୍ରୀ ଇନ୍ଦିରାବାଇ ମିଶ୍ର ଓ ଗୀତାଞ୍ଜଳୀ ଦାସ ଯଥାକ୍ରମେ ଅର୍ଥ ଓ ସ୍ମରଣୀକା କମିଟିର ଅଧ୍ୟକ୍ଷାରୁପେ କାର୍ଯ୍ୟକରିବା ପାଇଁ ମନୋନୀତ ହୋଇଥିଲେ । ବିଦ୍ୟାଳୟର ପୂରାତନ ସ୍ମୃତି, ନାରୀଶିକ୍ଷାର ବିକାଶ ଇତ୍ୟାଦି ବିଷୟବସ୍ତୁକୁ ଆଧାରକରି ଓଡିଆ, ତେଲୁଗୁ, ହିନ୍ଦି ଓ ଇଂରାଜୀ ଭାଷାରେ ଲେଖା ଓ ଫୋଟଗ୍ରାଫ ଇତ୍ୟାଦି ପୁରାତନ ଛାତ୍ରୀମାନଙ୍କ ଠାରୁ ଆସନ୍ତାମାସ ଶେଷସୁଧା ସଂଗ୍ରହ କରାଯାଇ ଏକ ସ୍ମରଣୀକା ପ୍ରକାଶ କରିବାପାଇଁ ନିଷ୍ପତ୍ତି ହେଲା । ପରବର୍ତ୍ତି ବୈଠକ ଆସନ୍ତାମାସ ଦୁଇ ତାରିଖରେ ଅନୁଷ୍ଠିତ ହୋଇଅନ୍ୟାନ୍ୟକମିଟି ଗଠନ କରାଯିବ ବୋଲି ସ୍ଥିର ହେଲା । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସହ ଯୋଗାଯୋଗ କରିବାପାଇଁ ପୁରାତନ ଛାତ୍ରୀମାନଙ୍କୁ ଅନୁରୋଧ କରାଗଲା । କମିଟିର କାର୍ଯୟକାରୀ ସଭାପତି ତଥା ପ୍ରଧାନଶିକ୍ଷକ ଜି. ଶୁଦର୍ସନ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ