ଶତାଧିକ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଜିଲ୍ଲା ବିକାଶ ସାମ୍ମୁଖ୍ୟର ପ୍ରତିବାଦ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ସଂପାଦକ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଜିଲ୍ଲାର ଶତାଧିକ ପ୍ରାଥମିକ ସ୍କୁଲ ବନ୍ଦ ପ୍ରତିବାଦରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଧ୍ୟାପକ ସାମଲ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏବଂ ପରେ ପ୍ରାଥମିକ ସ୍କୁଲରେ ଆବଶ୍ୟକତା ଅନୁଭବ କରି ଗ୍ରାମବାସୀମାନେ ସ୍କୁଲ ଆରମ୍ଭ କରିଥିଲେ । ସରକାର ପରବର୍ତ୍ତୀ ଅବସ୍ଥାରେ ଆଇନ ପ୍ରଣୟନ କରି ସ୍କୁଲ ଗୁଡିକର ଦାୟିତ୍ୱ ଗ୍ରହଣ କରି ଶିକ୍ଷକ ମାନଙ୍କୁ ଦରମା ପ୍ରଦାନ କରିବା ସହ ପରିଚାଳନାଗତ ଦାୟିତ୍ୱ ପରିଚାଳନା କରି ଆସୁଥିଲେ । ପ୍ରାଥମିକ ଶିକ୍ଷାର ଉନ୍ନତି ସହ ସରକାରୀ ସ୍କୁଲ ଗୁଡିକର ଛାତ୍ର ଉପସ୍ଥାନ ସନ୍ତୋଷ ଜନକ ନ ହେବାରୁ ଓଡିଶା ଗଣଶିକ୍ଷା ମନ୍ତ୍ରୀ ଦିଲ୍ଲୀ ଯାଇ ସ୍କୁଲ ଗୁଡିକ ଅନୁଧ୍ୟାନ କରି ଓଡିଶାରେ ତଦନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରିବାର ପ୍ରସ୍ତାବ ଦେଇଥିଲେ । ଦୁଃଖର କଥା ସ୍କୁଲ ଗୁଡିକର ସ୍ଥିତି, ଛାତ୍ର ସଂଖ୍ୟାର ହ୍ରାସ ସଂପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା ନକରି ଉଚ୍ଚସ୍ତରରେ ବନ୍ଦ କରିବାର ନିଷ୍ପତ୍ତି ପରିତାପର ବିଷୟ । ସରକାର ଦିଲ୍ଲୀ ଢାଂଚାରେ ଓଡିଶାର ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ବିଚାର ବିମର୍ଷ କରି ସଠିକ ପଦକ୍ଷେପ ଗ୍ରହଣ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଦୁଃଖର କଥା ତାହା କାର୍ଯ୍ୟକାରୀ ନକରି ସ୍କୁଲ ଗୁଡିକ ଛାତ୍ର ଅଭାବରୁ ବନ୍ଦ କରିଦେଇଛନ୍ତି । ପ୍ରତିଦିନ ଗ୍ରାମବାସୀମାନେ ବନ୍ଦ ହେଉଥିବା ସ୍କୁଲ ଗୁଡିକ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ୍ୟ ହୋଇ ଫେରୁଛନ୍ତି । ଲୋକପ୍ରତିନିଧିମାନେ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରୁନାହାଁନ୍ତି । ଆଗାମୀ ଦିନରେ ବନ୍ଦ ହେଉଥିବା ସ୍କୁଲର ଗ୍ରାମବାସୀମାନେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଆଲୋଚନାରେ ବୈଷ୍ଣବ ସ୍ୱାଇଁ, ଭାଗିରଥି ଜେନା, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଶ୍ରୀନିବାସ ପରିଡା, ଅମୀୟ ନାୟକ, ବଳରାମ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ