ଶତାଧିକ ଶିଶୁଙ୍କ ମୃତ୍ୟୁ. ରାଜସ୍ଥାନ ରାଜ୍ୟ ସରକାରଙ୍କୁ ନୋଟିସ ପଠାଇଲା ଏନଏଚଆରସି
ଜୟପୁର: ୨୦୧୯ ମସିହା ଶେଷ ଡିସେମ୍ବର ମାସରେ ରାଜସ୍ଥାନର ଜେକେ ଲୋନ୍ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୦ ରୁ ଉର୍ଦ୍ଧ୍ୱ ହେବା ପରେ ଶୁକ୍ରବାର ହ୍ୟୁମାନ ରାଇଟସ୍ ପକ୍ଷରୁ ରାଜସ୍ଥାନ ସରକାରଙ୍କୁ ନୋଟିସ ଜାରୀ କରାଯାଇଛି । କମିସନରଙ୍କ ପକ୍ଷରୁ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ଚାରୀ ସପ୍ତାହ ମଧ୍ୟରେ ଶିଶୁ ମୃତ୍ୟୁ ନେଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଶିଶୁ ମୃତ୍ୟୁ ହାର କମାଇବା ସରକାରଙ୍କ ମୁଳ ଦାଇତ୍ୱ । ଉଲ୍ଲେ୍ଖଯୋଗ୍ୟ ୨୦୧୯ ମସିହାରେ ଜେକେ ଲୋନ ହସ୍ପିଟାଲରେ ୯୬୩ ଜଣ ଙ୍କ ମୃତ୍ୟୁ ଘଟିଥିଲା କେବଳ ଡିସେମ୍ବର ମାସରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟିବା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଡାକ୍ତରଙ୍କ ଅବହେଳା କାରଣରୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଥିବା ବେଳେ ଡାକ୍ତର କିନ୍ତୁ ଏହି ଘଟଣାକୁ ଅସ୍ୱିକାର କରିଛନ୍ତି । ଅନ୍ୟପଟେ ଶିଶୁ ମାନଙ୍କ ଅବସ୍ଥା ବହୁତ ଗୁରୁତର ରହିଥିବାରୁ ସେମାନଙ୍କୁ ବଂଚାଇବା କଷ୍ଟକର ବୋଲି କହିଥିଲେ । ଏଥିସହ ଲୋକସଭା ବାଚସ୍ପତି ଓମ୍ ବିର୍ଲା ହସପିଟାଲ ପରିଦର୍ଶନ କରି ଆବଶ୍ୟକିୟ ଉପକରଣ ଯାହା ରହିଛି ତାହା କାର୍ଯ୍ୟକାରୀ ହେଉନି ବୋଲି କହିବା ସହ ତୁରନ୍ତ ୧୫ ଦିନ ଭିତରେ ନୂତନ ଉପକରଣ ସାମଗ୍ରୀ ଉପଲବଧ ହେବ ବୋଲି କହିଛନ୍ତି ।