ଶତାୟୁଙ୍କ ପରଲୋକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ମେଘା ଦେଓପଦା ଗ୍ରାମର ଶତାୟୁ ଧର୍ମପରାୟଣ ଭଗବାନ ଜେନାଙ୍କର ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଦୀର୍ଘ ଦିନ ହେବ ଶଯ୍ୟାଶାୟୀ ଥିବା ବେଳେ ଆଜି ଇହଧାମ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୋହୂ, ନାତି, ନାତୁଣୀ ଉପସ୍ଥିତ ଥିଲେ। ଖବର ପାଇ ସ୍ଥାନୀୟ ସରପଞ୍ଚ ପୁର୍ଣ୍ଣଚନ୍ଦ୍ର ମାଝୀଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ମାନେ ଦେଓପଦା ଠାରେ ପହଁଚି ପାର୍ଥିବ ଶରୀରର ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।