ଶତାୟୁ ବୃଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ମେଡିକାଲ ଛକ ଠାରେ ପରଲୋକ ଗମନ କରିଥିବା ଧର୍ମ ପରାୟଣା ଶତାୟୁ ବୃଦ୍ଧା ପୂର୍ଣ୍ଣିମାଦିବ୍ୟା ପତିଙ୍କୁ ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱର୍ଗତ ପତି ୧୦୬ବର୍ଷରେ ମୃତ୍ୟୁବରଣ କରିଥିବା ବେଳେ ଆଜି ଦ୍ଵାଦଶ କ୍ରିୟାରେ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ବିଜେପି ନେତା ବଦ୍ରିନାରାୟଣ ଧଳ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ , ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ସମାଜସେବୀ ଲଳିତ ରାଉତ, ତରଣୀ ଜେନା, ଯତୀନ୍ଦ୍ର ସାହୁ, ମନୋଜ ମହାନ୍ତି, ଶରତ ଜେନା ପ୍ରମୁଖ ପହଂଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ୱର୍ଗତ ବୃଦ୍ଧାଙ୍କ ପୁଅ ରଞ୍ଜନ ପତି, କବିରଂଜନ ପତି, ଝିଅ ବାସନ୍ତୀ ପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


