ଶତାୟୁ ମହିଳାଙ୍କ ପରଲୋକ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ଓରାଳି ଗ୍ରାମର ଶତାୟୁ ମହିଳା ମଉଡମଣି ରାଉତଙ୍କ ଆଜି ୧୦୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ ମହିଳା ଭାବେ ସମଗ୍ର ଗ୍ରାମର ପରିଚିତ ଥିଲେ । ତାଙ୍କ ପରଲୋକ ଖବର ପାଇ ପୁର୍ବତନ ସରପଞ୍ଚ ଅରୁଣ କୁମାର ପ୍ରଧାନ, ନାରାୟଣ ରାଉତ, ଫକିର ରାଉତ, ତ୍ରିଲୋଚନ ସାହୁ, ରମେଶ ନାୟକ, ଗୟାଧର ସାହୁ, ପ୍ରଦୀପ ରାଉତ, ପ୍ରକାଶ ରାଉତ, ପଦ୍ମନାଭ ରାଉତଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଏକମାତ୍ର ପୁଅ ଶତୃଘ୍ନ ରାଉତ ମୁଖାଗ୍ନୀ ଦେଇଥିବାବେଳେ ସମସ୍ତ ବନ୍ଧୁ ପରିଜନ ଓ ପରିବର ଲୋକେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ