ଶତାୟୁ ମହିଳାଙ୍କ ପରଲୋକ
ହାଟଡ଼ିହି, (ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକ କାହାଳିଆଗଡିଆର ଅବସରପ୍ରାପ୍ତ ପ୍ରଅଧାନ ଶିକ୍ଷକ ଲେଖ ଚନ୍ଦ୍ର ବେହେରାଙ୍କ ମା ପାର୍ବତୀ ବେହେରାଙ୍କ ୧୦୦ବର୍ଷ ବୟସରେ ଗତ ୪ତାରିଖରେ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ ଓ ଧର୍ମପରାୟଣା ମହିଳା ଭାବେ ଗ୍ରାମରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡପୁଅ ଭିକାରୀ ବେହେରା, ମଝିଆପୁଅ ଗୋଲଖ ବେହେରା, ବୋହୁ ତୁଳସୀ ବେହେରା, ସତ୍ୟଭାମା ବେହେରା, ସାନବୋହୁ ଅମ୍ବିକା ବେହେରା, ନରେନ୍ଦ୍ର, ସୁୁରେନ୍ଦ୍ର, ଅମରେଶ, ଅବିନାଶ, ଲକ୍ଷ୍ମୀଧର, ଅମୟିତା, ପ୍ରଭାସ, କେଶବ, ମନିଷ, ନେନା, ମାମା ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।