ଶତାୟୁ ମହିଳାଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଷଡଙ୍ଗ ଗ୍ରାମର ସ୍ୱର୍ଗତ ଗଙ୍ଗାଧର ବେେହେରାଙ୍କ ପତ୍ନୀ ଶକୁନ୍ତଳା ବେହେରାଙ୍କ ୧୦୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ ମହିଳା ଭାବେ ସମ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ପରଲୋକ ଖବରପାଇ ଗୋବିନ୍ଦ ଚନ୍ଦ୍ର ବେହେରା, ହରିହର ବେହେରା, ସନାତନ ବେହେରା, ଯୁଦ୍ଧିଷ୍ଠିର ନାୟକ, ତାରିଣୀ ପଟ୍ଟନାୟକ, ଅକ୍ଷୟ କୁମାର ବେହେରା, ବିଶ୍ୱନାଥ ବାରିକ, ବାସୁଦେବ ଦାସଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହ ଶଙ୍କୁନ୍ତଳାଙ୍କ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ସ୍ମଶାନରେ ୋଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ନାତି ସରୋଜ କୁମାର ବେହେରା ମୁଖାଗ୍ନି ଦେଇଥିବାବେଳେ ନାତି ମନୋଜ କୁମାର ବେହେରା, ପଙ୍କଜ କୁମାର ମହାପାତ୍ରଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ