ଶତାୟୁ ମହିଳାଙ୍କ ପରଲୋକ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) :ଭଣ୍ଡାରିପୋଖରୀ ନେରଡା ପଞ୍ଚାୟତ ଆଖୁଆପଦା (ଟିକରା ) ଗ୍ରାମର ଶତାୟୁ ମହିଳା ଗୁର ପରିଡ଼ାଙ୍କ ପରଲୋକ ହୋଇଯାଇଛି । ବୟସାଧିକ କାରଣ ଯୋଗୁଁ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଟିକରା ସ୍ଥିତ ବାସଭବନ ଠାରେ ୧୧୮ଵର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ସ୍ଵର୍ଗତା ପରିଡା ଆଖପାଖ ଅଞ୍ଚଳରେ ଗୁର ଧାଇ ଭାବେ ପରିଚିତ ଥିଲେ । ପ୍ରାୟ ୧୦୦୦ରୁ ଅଧିକ ଗର୍ଭବତୀ ମହିଳାଙ୍କ ପ୍ରସୂତି ଯନ୍ତ୍ରଣାକୁ ସେ ଲାଘବ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇଥିଲେ । ଏକାଧାରରେ ସେ ଜଣେ ପରୋପକାରୀ ଓ ଧର୍ମପରାୟଣା ଭାବେ ମଧ୍ୟ ପରିଚିତ ଥିଲେ। ଆଜି ମୃତ୍ୟୁ ଖବର ପାଇବା ପରେ ସରପଂଚ ଵଦ୍ରୀନାରାୟଣ ରାଉତ, ସାମାଜିକ କର୍ମୀ ଶରତ ଚନ୍ଦ୍ର ଜେନା, ଉମାକାନ୍ତ ପରିଡ଼ା, କୈଳାସ ଚନ୍ଦ୍ର ଜେନା, ସୋମନାଥ ପତୀ, ଯୁବ ନେତା ସୋମ୍ୟରଞ୍ଜନ ଜେନା ପ୍ରମୁଖ ଟିକରା ଠାରେ ପହଞ୍ଚି ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଗାଁ ମଶାଣିରେ ଶେଷ କୃତ୍ୟ ସଂପନ୍ନ ହୋଇଥିବା ବେଳେ ପୁଅ ଭାସ୍କର ମୁଖାଗ୍ନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ